ମୁମ୍ବାଇ: ପରଦାରେ ଜମିବ ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା ଓ ସେକ୍ସୀ ଅଭିନେତ୍ରୀ ବାଣୀ କପୁରଙ୍କ ଯୋଡି । ଦର୍ଶକ ଦେଖିବେ ଦୁଇଜଣଙ୍କ ରୋମାନ୍ସ । ଖୁବଶୀଘ୍ର ଏକାଠି ଫିଲ୍ମରେ ନଜର ଆସିବେ ଏହି ଦୁଇ ଷ୍ଟାର । ଯାହାର ସୁଟିଂ ପାଇଁ ଚଣ୍ଡିଗଡରେ ପହଞ୍ଚିଛନ୍ତି ଯୋଡି । ହେଲେ ଏଯାବତ ଫିଲ୍ମର ଟାଇଟଲ ସାମ୍ନାକୁ ଆସିନାହିଁ । ପାଖାପାଖି 7 ମାସ ପରେ ଆୟୁଷ୍ମାନ ସୁଟିଂ ସେଟକୁ ଫେରି ନିଜ ଅନୁଭୂତି ମଧ୍ୟ ସେୟାର କରିଛନ୍ତି ।
ଅନଟାଇଟଲ୍ଡ ଫିଲ୍ମ ବିଷୟରେ ଆଲୋଚନା କରି ସେ କହିଛନ୍ତି, ‘ଫିଲ୍ମ ଅନୁଯାୟୀ ମୁଁ ବର୍ତ୍ତମାନ ମୋ ବଡି ଉପରେ ଅଧିକ ଧ୍ୟାନ ଦେଉଛି । ଯାହା ପାଇଁ ମୋତେ କଡା ପରିଶ୍ରମ କରିବାକୁ ପଡୁଛି।’
ସେପଟେ ନିର୍ମାତା ଫିଲ୍ମର ସୁଟିଂ ଶୀଘ୍ର ଶେଷ କରିବାକୁ ଚେଷ୍ଟା ଚଳାଇଛନ୍ତି । ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ହେବ । ନର୍ଥ ଇଣ୍ଡିଆରେ ଫିଲ୍ମର ସୁଟିଂ ଗୋଟିଏ ମାସ ପର୍ଯ୍ୟନ୍ତ କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ ସୂଚନା ମିଳିଛି ।
ପ୍ରକାଶ ଥାଉକି ‘ବେଲ ବଟମ’, ‘ହଙ୍ଗାମା 2’ ଓ ‘ଲାଲ ସିଂ ଚଡ୍ଡା’ ସୁଟିଂ ଶେଷ କରି ନିର୍ମାତା ଅଭିଷେକ କପୁର ଏହି ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ।