ମୁମ୍ବାଇ: ଫିଲ୍ମ ବ୍ୟତୀତ ବଲିଉଡ ଷ୍ଟାର୍ସଙ୍କ ଜଲୱା ବର୍ତ୍ତମାନ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିଲାଣି । ନିକଟରେ ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ଦମଦାର ମ୍ୟୁଜିକ ଭିଡିଓ ‘ବାରିଶ କି ଜାଏ’ ରିଲିଜ ହୋଇଥିଲା । ଆଉ ଏବେ ଦୁଇ ଫେମସ ଷ୍ଟାରଙ୍କ ମ୍ୟୁଜିକ ଭିଡିଓ ପରଦାରେ ଦେଖିବାକୁ ମିଳିବ । ଆଜ୍ଞା ହଁ, ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁରଙ୍କ ସହ ଏଥର ମ୍ୟୁଜିକ ଭିଡିଓରେ ରୋମାନ୍ସ କରିବେ ସୁନ୍ଦରୀ ଅଭିନେତ୍ରୀ ରକୁଲ ପ୍ରୀତ ସିଂ । ରୋମାଣ୍ଟିକ ଡାନ୍ସ ଟ୍ରାକ ‘ଦିଲ ହେ ଦିୱାନା’ ନେଇ ନଜର ଆସିବେ ଏହି ଯୋଡି । ଯାହାର ସୁଟିଂ ମୁମ୍ବାଇରେ ଶେଷ କରିଛନ୍ତି ମେକର୍ସ ।
- " class="align-text-top noRightClick twitterSection" data="
">
ସେହିପରି ଅର୍ଜୁନ ଓ ରକୁଲ ଏହାର ରିଲିଜ ତାରିଖ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ଆସନ୍ତା 17 ତାରିଖରେ ରିଲିଜ ହେବ ଏହି ଭିଡିଓ । ଅର୍ଜୁନ ଗୀତରୁ ନିଜ ଫାଷ୍ଟଲୁକ ପୋଷ୍ଟର ସେୟାର କରିଥିବା ବେଳେ ରକୁଲ ମଧ୍ୟ ନିଜର ଫାଷ୍ଟଲୁକ ପୋଷ୍ଟର ପୋଷ୍ଟ କରି ଲେଖିଛନ୍ତି,‘ଯେତେବେଳେ ଭଲ ସୁନ୍ଦରକୁ ଭେଟିଥାଏ ସେତେବେଳେ କଣ ହୁଏ ସାକ୍ଷୀ ହେବାକୁ ପ୍ରସ୍ତୁତ ହୁଅ । ଆସୁଛି 17 ତାରିଖରେ ।’
ତନିସ୍କ ବାଗଚିଙ୍କ ଦ୍ବାରା ରଚିତ ତଥା ଶବବୀର ଅହମ୍ମଦଙ୍କ ଦ୍ବାରା ଲିଖିତ ‘ଦିଲ ହେ ଦିୱାନା’ ଗୀତ ଗାଇଛନ୍ତି ଦର୍ଶନ ରାୱଲ । ସେହିପରି ଏହାର ଫିମେଲ ଭର୍ସନ ଗାଇଛନ୍ତି ଜାରା ଖାନ । ଯିଏ ଅର୍ଜୁନଙ୍କ ସହ ଫିଲ୍ମ ‘ଔରଙ୍ଗଜେବ’ରେ ଅଭିନୟ କରିଥିଲେ ।