ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ଅଭିନୟ ଅପେକ୍ଷା ନିଜ ଲଭ ଲାଇଫ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଦୀର୍ଘ ସମୟରୁ ସେ ଫେମସ ଅଭିନେତ୍ରୀ ତଥା ମଡେଲ ମଲାଇକା ଆରୋରାଙ୍କୁ ଡେଟ୍ କରିଆସୁଛନ୍ତି । ଏହି ଯୋଡିଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳେ । ଇତିମଧ୍ୟରେ ଅର୍ଜୁନ ନିଜ ଗାର୍ଲଫ୍ରେଣ୍ଡଙ୍କୁ ସବୁବେଳେ ଦେଖିବାକୁ ପାଇଁ ଏମିତି ଏକ କାମ କରିଛନ୍ତି, ଯାହାକୁ ନେଇ ବର୍ତ୍ତମାନ ସମସ୍ତେ ଆଶ୍ଚର୍ଯ୍ୟ ।
କଥାଟି ହେଲା ଯେ ଅର୍ଜୁନ କିଛି ଦିନରୁ ନିଜ ନୂଆ ଫ୍ଲାଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । କାରଣ ସେ ମଲାଇକାଙ୍କ ଠିକ୍ ଘର ସାମ୍ନାରେ ଏକ ମହଙ୍ଗା ଫ୍ଲାଟ କିଣିଛନ୍ତି । ବର୍ତ୍ତମାନ ସେ ନିଜ ଲେଡି ଲଭଙ୍କର ପଡୋଶୀ ସାଜିଛନ୍ତି ।
ସେହିପରି ଯେଉଁଠାରେ 25 ତମ ମହଲାରେ ଫ୍ଲାଟ କିଣିଛନ୍ତି ଅର୍ଜୁନ ଏବଂ ଏଥିରେ 81 ସ୍କାଏ ଭିଲ୍ଲା ଅଛି । ଏଥି ସହିତ ଘରର ମୂଲ୍ୟ 20 କୋଟି ବୋଲି କୁହାଯାଉଛି।
ପ୍ରକାଶ ଥାଉକି ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ସରଦାର କା ଗ୍ରାଣ୍ଡସନ’ ନିକଟରେ ରିଲିଜ ହୋଇଥିଲା । ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ କରିଥିଲେ ମେକର୍ସ ।