ମୁମ୍ବାଇ: ଭେଟେରାନ ଅଭିନେତା ଅନୁପମ ଖେରଙ୍କୁ ନେଇ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ସେ ଖୁବଶୀଘ୍ର ନିଜ ଦମଦାର ଅଭିନୟ ନେଇ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଏଥର ସେ ଫେମସ ଆକ୍ଟର ସତୀଶ କୌଶିକଙ୍କ ସହ ସ୍କ୍ରିନ ସେୟାର କରିବେ । ଯାହାକୁ ନେଇ ସେ ଉତ୍ସାହିତ । ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଫିଲ୍ମ ‘ଦ ଲାଷ୍ଟ ଶୋ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବାକୁ ଯାଉଥିବାବେଳେ ନିର୍ମାତା ରୂପେ କାମ କରିବେ ରୁମୀ ଜାଫରୀ । ଏହାର ସୂଚନା ସୋସିଆଲ ମିଡିଆରେ ଅନୁପମ ଦେଇ ନିଜ ଖୁସି ମଧ୍ୟ ପ୍ରକାଶ କରିଛନ୍ତି ।
- " class="align-text-top noRightClick twitterSection" data="
">
ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅନୁପମ ଇନଷ୍ଟାଗ୍ରାମରେ ଏହି ଗୁଡନ୍ୟୁଜ ଦେଇ ଲେଖିଛନ୍ତି, ‘ଶୋ ନିହାତି ଚାଲିବ । ଆମେ ଚାରି ବନ୍ଧୁ ଏକାଠି କାମ କରିବୁ । ସତୀଶ, ରୁମୀ, ବିବେକ ଓ ମୁଁ । ଏକ ପ୍ରେରଣାଦାୟକ ମାନବ ନାଟକ ସହିତ ସିନେମାର ଯାଦୁକୁ ପୁନର୍ଜୀବିତ କରିବାକୁ ସହଯୋଗ ପାଇଛୁ । ଦ ଲାଷ୍ଟ ଶୋ ଫିଲ୍ମରେ ରିଲେସନଶିପ, ମାନବିକତା, ପ୍ରେମ, ହସଖୁସି ଓ କାନ୍ଦ ମଧ୍ୟ ଦେଖିବାକୁ ମିଳିବ । ଯାହାର ସୁଟିଂ ଆମେ ଏମାସ ମଝିରେ ଆରମ୍ଭ କରିବୁ । ଦୟା କରି ଆମ ପାଇଁ ପ୍ରାର୍ଥନା କର ।’
ପ୍ରକାଶ ଥାଉକ ଏହି ପୋଷ୍ଟ ବ୍ୟତୀତ ସେ ଆଉ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ଅଗ୍ନିହୋତ୍ରୀ, କୌଶିକ ଓ ଜାଫରୀଙ୍କ ସହ ବସିଥିବାର ନଜର ଆସୁଛନ୍ତି । ଆଉ ଏହି ଚାରି ବନ୍ଧୁ ବ୍ଲାକ କଲର ଟି-ସାର୍ଟ ପିନ୍ଧିଥିବାର ଦେଖାଯାଉଛନ୍ତି । ଗତ 25 ତାରିଖରେ ଅନୁପମ ସୋସିଆଲ ମିଡିଆରେ ଜଣାଇଥିଲେ ସେ କାମକୁ ଫେରିବାକୁ ଯାଉଛନ୍ତି । ଭିଡିଓ ପୋଷ୍ଟ କରି କହିଥିଲେ ଯେ ଖୁବ୍ ଭଲ ଲାଗୁଛି କାମକୁ ଫେରି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ