ମୁମ୍ବାଇ: ବଲିଉଡ ଛାଡି ଡିଜିଟାଲ ମୁହାଁଲେଣି ସେଲିବ୍ରିଟି । ଧିରେ ଧିରେ କରେ ଅନେକ ସେଲିବ୍ରିଟି ଏବେ ଡିଜିଟାଲ ପ୍ଲାଟଫର୍ମରେ ଦେଖାଇଲେଣି ଅଭିନୟର ଯାଦୁ । ଅଭିନେତା ସୈଫ ଅଲ୍ଲୀ ଖାନ, ଅଭିଷେକ ବଚ୍ଚନ ଓ ଅକ୍ଷୟ କୁମାରଙ୍କ ପରେ ଏବେ ବି-ଟାଉନର ସିଂଘମ ଅଜୟ ଦେବଗନ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ସେପଟେ ତାଙ୍କ ସହ ‘ବାହୁବଳୀ’ ଫେମ ତମନ୍ନା ଭାଟ୍ଟିଆ ମଧ୍ୟ ଓଟିଟି ପ୍ଲାଟଫର୍ମରେ ପଦାର୍ପଣ କରିବେ । ଯାହାକୁ ନେଇ ଚର୍ଚ୍ଚା । କାରଣ ସୋସିଆଲ ମିଡିଆରେ ଘୁରିବୁଲୁଛି ଦୁଇଜଣଙ୍କ ନୂଆ ଅବତାର । ଯେଉଁଥିରେ ଦୁଇଜଣଙ୍କ ଭିନ୍ନ ଲୁକ୍ ଦେଖିବାକୁ ମିଳୁଛି ।
କଥାଟି ହେଲା ଯେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରର ଇନଷ୍ଟାଗ୍ରାମ ପେଜରେ ତମନ୍ନା ଓ ଅଜୟଙ୍କ ଏକ ଫଟୋ ସେୟାର କରାଯାଇଛି । ଏହି ଫଟୋରେ ଦୁଇଜଣ ଦାଢି ରଖିଥିବାର ଦେଖାଯାଉଛନ୍ତି । ସେପଟେ ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ଯାହାକୁ ଅଜୟ ସେୟାର କରି ଲେଖିଛନ୍ତି, ‘ଦୁଆ ମେଁ ୟାଦ୍ ରଖନା, ନାମ ହେ ସୁଦର୍ଶନ । ଏଣ୍ଟରଟେନମେଣ୍ଟର ଅଲ୍ ରାଉଣ୍ଡର ।’ ସେହିପରି ସେ ଭିଡିଓରେ କହୁଛନ୍ତି, ‘ତୁମେ ଅଜୟ କାହାକୁ ଡାକୁଛ ମୋ ନାଁ ସୁଦର୍ଶନ ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଡିଜନି ପ୍ଲସର ଆଗାମୀ ଡିଜିଟାଲ ପ୍ରୋଜେକ୍ଟର ଅଜୟ ସୁଦର୍ଶନ ଭୂମିକାରେ ନଜର ଆସିବେ । ଯେଉଁଥିରେ ତାଙ୍କ ସହ ଅଭିନୟ କରୁଥିବାର ଦେଖାଯିବେ ତମନ୍ନା । ହେଲେ ପ୍ରୋଜେକ୍ଟର ଟାଇଟେଲକୁ ନେଇ ଏଯାବତ କୌଣସି ଖୁଲାସା ହୋଇନାହିଁ ।
- " class="align-text-top noRightClick twitterSection" data="
">