ନୂଆଦିଲ୍ଲୀ: ଅଭିନେତ୍ରୀ ପୁନମ୍ ପାଣ୍ଡେ ନିଜର ବୋଲ୍ଡ ଷ୍ଟାଇଲ୍ ପାଇଁ ବେଶ ଜଣାଶୁଣା । ସେ 2020ରେ ନିଜ ବଏଫ୍ରେଣ୍ତ ସାମ ବମ୍ବେଙ୍କୁ ବିବାହ କରିଥିଲେ । ବିବାହ ପରେ ଅଭିନେତ୍ରୀ ସ୍ବାମୀଙ୍କ ସହ ଗୋଆ ଟ୍ରିପରେ ଯାଇଛନ୍ତି । ନିକଟରେ ସମୁଦ୍ରକୂଳରେ ଅଶ୍ଳୀଳ ଭିଡିଓ ସୁଟିଂ ଅଭିଯୋଗରେ ପୁନମଙ୍କୁ ଗିରଫ କରିଥିଲା ଗୋଆ ପୋଲିସ ।
ଏବେ ପୁନମଙ୍କ ବିଷୟରେ ଆଉ ଏକ ଖବର ଶୁଣିବାକୁ ମିଳିଛି ଯେ, ସେ ଗର୍ଭବତୀ ଅଛନ୍ତି । ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ପୁନମ ମଧ୍ୟ ଏହାର ପ୍ରତିକ୍ରିୟା ରଖିଛନ୍ତି ଏବଂ ଏହାକୁ କେବଳ ଗୁଜବ ବୋଲି କହିଛନ୍ତି । ଏହି ଖବରକୁ ଖାରଜ କରିଛନ୍ତି ସେ ।
ପୁନମ କହିଛନ୍ତି ଯେ, ଯଦି ଏହି ଘଟଣାରେ କୌଣସି ସତ୍ୟତା ଅଛି, ତେବେ ମୁଁ ଏହାକୁ ନିଜେ ଘୋଷଣା କରିବି ।
ରିପୋର୍ଟ ଅନୁଯାୟୀ, ପୁନମ 6 ସପ୍ତାହ ଗର୍ଭବତୀ ଥିବା ଖବର ଆସିଥିଲା ଏବଂ ଡାକ୍ତର ଏହା ମଧ୍ୟ ନିଶ୍ଚିତ କରିଥିଲେ । ହେଲେ ପୁନମ ଏହାକୁ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି ।
ପ୍ରକାଶ ଥାଉ ଯେ, ସେପ୍ଟେମ୍ବରରେ ପୁନମ୍ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ । ସେ ବଏଫ୍ରେଣ୍ତ ସାମ ବମ୍ବେଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର 13 ଦିନ ମଧ୍ୟରେ ପୁନମ୍ ସ୍ବାମୀଙ୍କ ବିରୋଧରେ ଦାଏର କରିଥିଲେ ଏତଲା । ଏହାର କିଛି ଦିନ ପରେ ପୁନମ୍ ସ୍ବାମୀଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରି କହିଥିଲେ ଯେ ବର୍ତ୍ତମାନ ସବୁ ଠିକ ଅଛି ।