ETV Bharat / sitara

କୋଭିଡ 19: ପଶୁଙ୍କ ଅବହେଳାରେ ସ୍ବର ଉଠାଇଲେ ପୂଜା

କୋରୋନା ଭାଇରସ ଆତଙ୍କ ପୁରା ଦେଶରେ। ନିଜ ନିଜ ସୁରକ୍ଷାରେ ଲାଗିଥିବା ଜନତାଙ୍କୁ ପୂଜା ଭଟ୍ଟ ଦେଲେ ପରାର୍ଶମ। ସୋସିଆଲ ମିଡିଆରେ ପଶୁଙ୍କୁ ଅଣଦେଖା ନକରିବାକୁ କଲେ ଅପିଲ।

pooja bhatt
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପୂଜା ଭଟ୍ଟ
author img

By

Published : Mar 20, 2020, 11:48 AM IST

ମୁମ୍ବାଇ: ବି-ଟାଉନର ଫେମସ ନିର୍ଦ୍ଦେଶିକା, ପ୍ରଯୋଜିକା ଓ ଅଭିନେତ୍ରୀ ପୂଜା ଭଟ୍ଟ ଖୁବଶୀଘ୍ର ନିଜ ଅଭିନୀତ ଫିଲ୍ମ ‘ସଡ଼କ’ର ସିକ୍ବେଲ ‘ସଡ଼କ 2’ରେ ନଜର ଆସିବେ। ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ତାଙ୍କ ପିତା ତଥା ନିର୍ମାତା ମହେଶ ଭଟ୍ଟ। ପ୍ରଥମଥର ପୂଜା ଭଉଣୀ, ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ ସ୍କ୍ରିନି ସେୟାର କରିବେ। ଏହି ଦୁଇ ଅଭିନେତ୍ରୀଙ୍କ ବ୍ୟତୀତ ଫିଲ୍ମରେ ସଞ୍ଜୟ ଦତ୍ତ ଓ ଆଦିତ୍ୟ ରାୟ କପୁର ମଧ୍ୟ ଦେଖାଯିବେ।

ଇତିମଧ୍ୟରେ ଗୁରୁବାର ପୂଜା ସୋସିଆଲ ମିଡିଆରେ କୋରୋନା ଭାଇରସ ମହାମାରୀରେ ପଶୁଙ୍କ ପ୍ରତି ହେଉଥିବା ଅବହେଳା ବିରୋଧରେ ସ୍ବର ଉଠାଇଛନ୍ତି। 48 ବର୍ଷିୟ ପୂଜା ଇନଷ୍ଟାଗ୍ରାମରେ ଆନିମଲ ୱେଲଫେୟାର ବୋର୍ଡ ଅଫ ଇଣ୍ଡିଆ ତରଫରୁ ଜାରି ହୋଇଥିବା ସର୍କୁଲାର ଫଟୋ ସେୟାର କରିଛନ୍ତି। ଆଉ ଏହା ସହ ସେ ଜନତାଙ୍କୁ କୋରୋନା ଭାଇରସ ମହାମାରୀରେ ପଶୁମାନଙ୍କୁ ବାହାରକୁ ଛାଡିବା ଓ ଅଣଦେଖା ନକରିବାକୁ ଅପିଲ କରିଛନ୍ତି। ବର୍ତ୍ତମାନ ତାଙ୍କ ଏହି ପୋଷ୍ଟରେ ଅନେକ ଫ୍ୟାନ୍ସ କମେଣ୍ଟ କରି ତାଙ୍କୁ ସପୋର୍ଟ କରୁଥିବାର ନଜର ଆସୁଛନ୍ତି।

ସର୍କୁଲାରେ ସ୍ପଷ୍ଟ କରାଯାଇଛି ଯେ କୁକୁର ଏବଂ ବିଲେଇମାନେ କୋରୋନା ଭାଇରସକୁ ବିସ୍ତାର କରନ୍ତି ନାହିଁ । ଆଉ ପଶୁ ଅପରାଧ, ଅପରାଧୀ ଆଇନ ଅନୁଯାୟୀ ଦଣ୍ଡନୀୟ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.