ETV Bharat / sitara

ଆୟୁଷ୍ମାନଙ୍କୁ ସମନ ଜାରି କଲା ମୁମ୍ବାଇ ପୋଲିସ

ଆଗାମୀ ଫିଲ୍ମ 'ବାଲା'କୁ ନେଇ ବିବାଦ ଘେରରେ ଅଭିନେତା ଆୟୁଷ୍ମାନ ଖୁରାନା । ରିଲିଜ ପୂର୍ବରୁ ଫିଲ୍ମକୁ ନେଇ ମୁମ୍ବାଇ ପୋଲିସ ତାଙ୍କୁ ସମନ ଜାରି ହୋଇଛି ।

author img

By

Published : Jun 3, 2019, 7:45 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ନିଜର ଆଗାମୀ ଫିଲ୍ମ 'ବାଲା'ର କାହାଣୀ ଚୋରି କରିବା ଅଭିଯୋଗରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ମୁମ୍ବାଇ ସ୍ଥିତ କାଶୀ-ମୀରା ପୋଲିସ ପକ୍ଷରୁ ସମନ ଜାରି କରାଯାଇଛି । ଏହି ସମନ ଅନୁଯାୟୀ ଆୟୁଷ୍ମାନଙ୍କୁ ଖୁବ୍ଶୀଘ୍ର ପୋଲିସ ଷ୍ଟେସନରେ ହାଜିର ହେବାକୁ କୁହାଯାଇଛି । ଯଦି ସେ ପୋଲିସ ଷ୍ଟେସନରେ ହାଜିର ନହୁଅନ୍ତି ତେବେ ଏହି ମାମଲାରେ ତାଙ୍କୁ ଅଭିଯୁକ୍ତ ମାନି ତାଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ।

ଶୁଣିବାକୁ ମିଳୁଛି ଯେ ପୋଲିସ ବାରମ୍ବାର ଫୋନ ଏବଂ ମେସେଜ କରିବା ସତ୍ତ୍ବେ ଆୟୁଷ୍ମାନଙ୍କ ପକ୍ଷରୁ କୌଣସି ଜବାବ ଏଯାବତ ମିଳିନାହିଁ । ତେଣୁ ପୋଲିସ ସମନ ଜାରି କରି ନିଜର ତଦନ୍ତ ଆରମ୍ଭ କରିଦେଇଛି ।

ଆୟୁଷ୍ମାନଙ୍କ ସମେତ ଫିଲ୍ମ ନିର୍ଦ୍ଦେଶକ ଅମର କୌଶିକ ଏବଂ ଫିଲ୍ମ ନିର୍ମାତା ଦିନେଶ ବିଜନଙ୍କ ଉପରେ ପୂର୍ବରୁ ବମ୍ବେ ହାଇକୋର୍ଟରେ ମାମଲା ଚାଲିଛି । କୋର୍ଟରେ ମାମଲାର ଶୁଣାଣି ନହେବା ସତ୍ତ୍ବେ ମେକର୍ସ ଫିଲ୍ମର ସୁଟିଂ ଆରମ୍ଭ କରିଯିବାରୁ ଅଭିଯୋଗକାରୀ କମଲ ଚନ୍ଦ୍ରା କାଶି-ମୀରା ପୋଲିସ ଷ୍ଟେସନରେ ମେ 29ରେ ଅପରାଧିକ ଅଭିଯୋଗ ରୁଜୁ କରିଥିଲେ । ଯାହାପରେ ପୋଲିସ ଏହି ସମ୍ପର୍କରେ ଗତକାଲି ଅର୍ଥାତ୍ ରବିବାର ସମନ ଜାରି କରି ଆୟୁଷ୍ମାନଙ୍କୁ ପୋଲିସ ଷ୍ଟେସନରେ ହାଜିର ହେବାକୁ କହିଛି ।

ପ୍ରକାଶ ଥାଉକି ଫିଲ୍ମର ସୁଟିଂ ମେ 6ରେ ଆରମ୍ଭ ହୋଇଥିଲା । ଫିଲ୍ମରେ ଆୟୁଷ୍ମାନ ଜଣେ ଲଣ୍ଡା ବ୍ୟକ୍ତି ଭୂମିକାରେ ଦେଖାଯିବେ ।

see the attachment
visuals and byte by ftp
tirthabashi panda 
subarnapur

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.