ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ୟଶ ରାଜ ଫିଲ୍ମ ପାଇଁ କାଷ୍ଟ କରୁଥିବା ଫେମସ୍ କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମାଙ୍କୁ ପଚରାଉଚରା କରିଛନ୍ତି । ୟଶରାଜ ଫିଲ୍ମସର କାଷ୍ଟିଂ ନିର୍ଦ୍ଦେଶକଙ୍କ ସହ ପଚରାଉଚରା ବାନ୍ଦ୍ରା ପୋଲିସ ଷ୍ଟେସନରେ ହୋଇଥିଲା ।
ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ, ସୁଶାନ୍ତ ଫାଶୀ ଲଗାଇବା ସମୟରେ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯିବା ହେତୁ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଇଛି । ଏହି ରିପୋର୍ଟ 5 ଜଣ ଡାକ୍ତରଙ୍କ ଏକ ଟିମ୍ ପ୍ରସ୍ତୁତ କରିଛନ୍ତି । ପୋଲିସ ଏବେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛି । ସୁଶାନ୍ତ ଆତ୍ମହତ୍ୟା ଘଟଣାରେ ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ 23 ଜଣଙ୍କୁ ପଚରାଉଚରା କରିସାରିଛି । ଯେଉଁଥିରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ବନ୍ଧୁ ତଥା ନିର୍ଦ୍ଦେଶକ ମୁକେଶ ଛାବ୍ରା ଏବଂ ତାଙ୍କର ଘନିଷ୍ଠ ବନ୍ଧୁମାନେ ଅଛନ୍ତି ।
ପ୍ରକାଶ ଥାଉ କି, ସୁଶାନ୍ତ 14 ଜୁନ୍ ରେ ନିଜ ମୁମ୍ବାଇ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ ସୁଶାନ୍ତ ପ୍ରାୟ 6 ମାସ ଧରି ଡିପ୍ରେସନରେ ଥିଲେ ।