ETV Bharat / sitara

ମୋଦିଙ୍କ କବିତାରେ ଲତାଙ୍କ ସ୍ବର

ଏବେ ଚର୍ଚ୍ଚାରେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଏକ ଟ୍ବିଟ । ଯେଉଁଥିରେ ସେ ପିଏମ ନରେନ୍ଦ୍ର ମୋଦିଙ୍କ କବିତାରେ ନିଜ କଣ୍ଠଦାନ ଦେଇଛନ୍ତି ।

author img

By

Published : Mar 30, 2019, 11:12 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ମୁମ୍ବାଇ: ଦେଶର ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର ପିଏମ ନରେନ୍ଦ୍ର ମୋଦିଙ୍କ କବିତା 'ସୌଗନ୍ଧ ମୁଝେ ଇସ ମିଟ୍ଟି କି'ରେ କଣ୍ଠ ଦାନ କରିଛନ୍ତି । ଯାହାର ଭିଡିଓ ସେ ଟ୍ବିଟର ଆକାଉଣ୍ଟରେ ସେୟାର ମଧ୍ୟ କରିଛନ୍ତି । ଗୀତର ଭିଡିଓରେ ସର୍ବପ୍ରଥମେ ଲତାଙ୍କ ସ୍ବର ଶୁଣିବାକୁ ମିଳୁଛି ।

ସେ କହିଛନ୍ତି, "ନମସ୍କାର କିଛି ଦିନ ପୂର୍ବରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ଭାଷଣ ଶୁଣିଥିଲି । ସେ ଗୋଟିଏ କବିତାର କିଛି ଲାଇନ କହିଥିଲେ । ଯାହା ବାସ୍ତବରେ ମତେ ତାହା ସବୁ ଭାରତୀୟଙ୍କର ମନ କଥା ଲାଗିଥିଲା । ଆଉ ସେହି କବିତା ମୋ ମନକୁ ମଧ୍ୟ ଛୁଇଁ ଯାଇଥିଲା । ତାହାକୁ ମୁଁ ରେକର୍ଡ ମଧ୍ୟ କରିଛି । ଆଜି ଆମ ଦେଶର ବୀର ଯବାନ ଏବଂ ଦେଶର ଜନନାଙ୍କୁ ତାହା ସମର୍ପଣ କରୁଛି । ଜୟ ହିନ୍ଦ୍ "।

ପରେ ଏହି ଭିଡିଓକୁ ପିଏମ ନରେନ୍ଦ୍ର ମୋଦି ଟ୍ବିଟର ଆକାଉଣ୍ଟରେ ସେୟାର କ୍ୟାପସନରେ ଲତାଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରକାଶ ଥାଉକି, ମୋଦିଙ୍କ ଉପରେ ଆଧାରିତ ବାୟୋପିକ 'ପିଏମ ନରେନ୍ଦ୍ର ମୋଦି' ଏପ୍ରିଲ 5ରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ମୋଦିଙ୍କ ଚରିତ୍ରରେ ଅଭିନେତା ବିବେକ ଓବରୟ ନଜର ଆସିବେ । ଫିଲ୍ମର ପ୍ରଥମ ଗୀତ 'ସୌଗନ୍ଧ ମୁଝେ ଇସ ମିଟ୍ଟି କି' ମାର୍ଚ୍ଚ 23ରେ ରିଲିଜ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.