ମୁମ୍ବାଇ: 'ପିଏମ ନରେନ୍ଦ୍ର ମୋଦି' ବାୟୋପିକ ରିଲିଜ ଯେତେନିକଟରତର ହେଉଛିଫିଲ୍ମକୁ ନେଇ ଅନେକ ବିବାଦ ଦେଖା ଦେଉଛି। ଏହି ଫିଲ୍ମ ବିଜେପି ବିରୋଧୀ ରାଜନୈତିକ ଦଳକୁ ଆଦୌ ପସନ୍ଦ ଆସୁନାହିଁ ।ଫିଲ୍ମ ବିରୋଧରେ ଆଉ ଏକ ଯାଚିକା ଦାଏର ହୋଇଛି । ଯାଚିକାରେ ଫିଲ୍ମ ରିଲିଜକୁ ଅଟକାଇବା ପାଇଁ କୁହାଯାଇଛି ।
ବମ୍ବେ ହାଇକୋର୍ଟରେ ମଙ୍ଗଳବାର ରିପବ୍ଲିକ ପାର୍ଟି ଅଫ ଇଣ୍ଡିଆର ପ୍ରେସିଡେଣ୍ଟ ସତୀଶ ଗାୟକୱାଡ ଫିଲ୍ମକୁ ନେଇ ଆବେଦନକରିଛନ୍ତି । ନିର୍ବାଚନ ସମୟରେ ପିଏମ ନରେନ୍ଦ୍ର ମୋଦି ରିଲିଜ କରାଯିବା ନେଇବିରୋଧ କରାଯାଇଛି । ନିର୍ବାଚନ ସମୟରେ ଫିଲ୍ମ ରିଲିଜ ହେବା ଆଚାର ସଂହିତାର ଉଲ୍ଲଂଘନ ହେବ । ତେଣୁ ଫିଲ୍ମର ରିଲିଜ ଲୋକସଭା ନିର୍ବାଚନ ସମୟରେ ହେବା ଆଦୌ ଠିକ୍ କଥା ନୁହେଁ ।
ଯାଚିକା ଅନୁଯାୟୀ, ଏହି ଫିଲ୍ମ ନିର୍ବାଚନ ସମୟରେ ମତଦାତାଙ୍କ ଉପରେ ପ୍ରଭାବ ପକାଇବ । ଏହାଦ୍ବାରା ନିର୍ବାଚନ ଫଳାଫଳ ଉପରେ ମଧ୍ୟ ପ୍ରଭାବ ପଡିବ ।
ପ୍ରକାଶ ଥାଉକି ଏହା ପୂର୍ବରୁ ଫିଲ୍ମ ଉପରେ କଂଗ୍ରେସ ମଧ୍ୟ ଆପତ୍ତି ପ୍ରକାଶ କରିଥିଲା । ଫିଲ୍ମକୁ ନେଇ ନିର୍ବାଚନକମିଶନରେ ଅଭିଯୋଗକରାଯାଇଛି । କଂଗ୍ରେସ, ଡିଏମକେ ଓ ରାଜ ଠାକରେଙ୍କମହାରାଷ୍ଟ୍ର ନବନିର୍ମାଣ ସେନା ମଧ୍ୟ ଫିଲ୍ମ ରିଲିଜକୁ ନେଇ ଆପତ୍ତି ଉଠାଇଛି ।
'ପିଏମ ନରେନ୍ଦ୍ର ମୋଦି' ବାୟୋପିକରେ ମୋଦିଙ୍କ ଚରିତ୍ରରେ ନଜର ଆସିବେ ଅଭିନେତା ବିବେକ ଓବରାୟ । ଫିଲ୍ମଟି ଆସନ୍ତା ଏପ୍ରିଲ 5ରେ ରିଲିଜ ହେବାକୁ ଯାଉଛି । ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ଦ୍ଦେଶକ ଉମଙ୍ଗକୁମାର ।