ETV Bharat / sitara

ମୋଦିଙ୍କୁ ସମାଲୋଚନା କଲେ ବିଶାଲ ଦଦଲାନି

ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନି । ବାଲାକୋଟ ଏୟାରଷ୍ଟ୍ରାଇକ ଉପରେ ପ୍ରଧାନମନ୍ତ୍ରୀ ରଖିଥିବା ମତକୁ ନେଇ କରିଛନ୍ତି ସମାଲୋଚନା ।

author img

By

Published : May 13, 2019, 9:53 AM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏକ ଇଣ୍ଟରଭ୍ୟୁ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି । ଏହି ଇଣ୍ଟରଭ୍ୟୁରେ ସେ ବାଲାକୋଟ ଏୟାରଷ୍ଟ୍ରାଇକ ଉପରେ ଚର୍ଚ୍ଚା କରିଥିଲେ । ସେ କହିଥିଲେ, 'ଯେବେ ଏୟାରଷ୍ଟ୍ରାଇକ ହୋଇଥିଲା ମୁଁ ବିଶେଷଜ୍ଞଙ୍କୁ ଏକ ପରାମର୍ଶ ଦେଇଥିଲି ଓ କହିଥିଲି ଆକାଶରେ ଥିବା ବାଦଲ ଓ ବର୍ଷା ଆମକୁ ପାକିସ୍ତାନୀ ରାଡରଙ୍କଠୁ ବଞ୍ଚିବା ପାଇଁ ସାହାଯ୍ୟ କରିବ' ।

P.M Narendra Modi
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ବିରୋଧି ଦଳ ଓ ୟୁଜର୍ସ ଅନେକ ଚର୍ଚ୍ଚା କରିଥିଲେ । ଏମାନଙ୍କ ଭିତରେ ଥିଲେ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦଦଲାନି । ସେ ନିଜ ଟ୍ବିଟର ଆକାଉଣ୍ଟରେ ଏନେଇ ଏକ ଟ୍ବିଟ କରିଥିଲେ । କିଛି କହିବା ପୂର୍ବରୁ ଜଣେ ବିଶେଷଜ୍ଞଙ୍କ ଉପଦେଶ ନିଅନ୍ତୁ ବୋଲି କହିଥିଲେ ବିକାଶ । ଯେ ପର୍ଯ୍ୟନ୍ତ ନିର୍ବାଚନ ଫଳାଫଳ ନବାହାରିଛି ସେଯାଏଁ ଆପଣ ଆମ ପ୍ରଧାନମନ୍ତ୍ରୀ ତେଣୁ ଯାହା ବି କହୁଛନ୍ତି ଦେଶର ସମ୍ମାନ ବିଷୟରେ ଭାବିକି କୁହନ୍ତୁ ବୋଲି ମଧ୍ୟ କହିଥିଲେ ବିଶାଲ ।

ତେବେ ଏହାପରେ ବିଶାଲଙ୍କ ଫ୍ୟାନ୍ସ ନିଜ ନିଜ ପ୍ରତିକ୍ରିୟା ଦେଇଥିଲେ । କେବଳ ବିଶାଲ ନୁହେଁ ଅଭିନେତା ତଥା ପ୍ରଯୋଜକ କମାଲ ଆର ଖାନ ପ୍ରାୟ ସବୁବେଳେ ସୋସିଆଲ ମିଡିଆରେ ଭାଜପା ବିଷୟରେ ଆଲୋଚନା କରିଥାଆନ୍ତି ।

Intro:Body:

sdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.