ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଫିଲ୍ମରେ ତାଙ୍କ ଅଭିନୟ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ଆସିଥାନ୍ତି । ଏବେ ପ୍ରଥମ ଥର ପାଇଁ ଅଭିନେତ୍ରୀ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି । ଯେତେବେଳେ ୟୁଜର୍ସ ତାଙ୍କର ପତଳା ଶରୀରକୁ ନେଇ ଟ୍ରୋଲ କରନ୍ତି ସେତେବେଳେ ଏମିତି କଥା ଶୁଣିବା ତାଙ୍କ ପାଇଁ ବହୁତ କଷ୍ଟକର ହୋଇପଡେ ।
- " class="align-text-top noRightClick twitterSection" data="
">
ଏକ ସାକ୍ଷାତକାରରେ ଅନନ୍ୟା ନିଜ ବିଷୟରେ ବହୁତ କିଛି ଖୁଲାସା କରି କହିଛନ୍ତି, 'ବହୁତ ଦିନର ପୁରୁଣା କଥା, ଯେତେବେଳେ ମୁଁ ଜଣେ କଳାକାର ମଧ୍ୟ ନଥିଲି ...ମୋର ପ୍ରକୃତ ସମୟ ମନେ ନାହିଁ କିନ୍ତୁ ମୋର ପିତାମାତାଙ୍କ ସହ ମୋର ଫଟୋ ଦେଖି ମତେ ବହୁ ୟୁଜର୍ସ ବହୁ କଡାକଡା କଥା କୁହନ୍ତି । ସେମାନେ ମତେ ପତଳା କହୁଥିଲେ । ଏଥିସହିତ ସେମାନେ ମତେ ମୁଁ ପୁଅ ପରି ଦେଖାଯାଉଛି, ଫ୍ଲାଟସ୍କ୍ରିନ୍ ଭଳି ବହୁତ କିଛି କହୁଥିଲେ । ସେତେବେଳେ ଏହି ସବୁ ଜିନିଷ ମୋତେ ବହୁତ କଷ୍ଟ ଦେଇଛି । କିନ୍ତୁ ମୁଁ ଅନୁଭବ କରୁଛି ଯେ ବର୍ତ୍ତମାନ ମୁଁ ଧୀରେ ଧୀରେ ଏପରି ଏକ ସ୍ଥାନରେ ଅଛି ଯେଉଁଠାରେ ମୁଁ କେବଳ ନିଜକୁ ସ୍ବିକାର କରିବାକୁ ଧ୍ୟାନ ଦେଉଛି ' ।
ଅନନ୍ୟାଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉ ଯେ, ଅନନ୍ୟା 2019 ରେ କରଣ ଜୋହରଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦ ଇୟର -2 ସହିତ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ ।
- " class="align-text-top noRightClick twitterSection" data="
">
ଆଗାମୀ ସମୟରେ, ଅନନ୍ୟା ସାଉଥ୍ ସିନେମା ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ଏକ ଫିଲ୍ମରେ ନଜର ଆସିବେ ।