ହାଇଦ୍ରାବାଦ: ଏବେ ସାଉଥ ସୁପରଷ୍ଟାର ପୱନ କଲ୍ୟାଣ କ୍ବାରେଣ୍ଟାଇନରେ ଅଛନ୍ତି, କାରଣ ତାଙ୍କ ସହ କାମ କରୁଥିବା ଅନେକ କର୍ମଚାରୀ କୋରୋନା ପଜିଟିଭ୍ ଥିବା ଜଣାପଡିଛି। କର୍ମଚାରୀଙ୍କ କୋରୋନା ପଜିଟିଭ ଆସିଥିବାରୁ ଡାକ୍ତରମାନେ ମଧ୍ୟ ପୱନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ।
ଏପ୍ରିଲ୍ 9ରେ ପୱନ୍ ଫିଲ୍ମ ଓ୍ବକିଲ୍ ସାବ ସହିତ ତିନି ବର୍ଷ ପରେ ସିନେମାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ସୂଚନାନୁସାରେ, ପୱନଙ୍କ ପରର୍ସନାଲ ସିକ୍ୟୁରିଟି, ଏକ୍ସଜିକ୍ୟୁଟିଭ ଏବଂ ତାଙ୍କର ଅନେକ ପରର୍ସନାଲ ଷ୍ଟାଫ କୋରୋନା ପଜିଟିଭ୍ ବୋଲି ଜଣାପଡିଛି। ଯେଉଁଥିପାଇଁ ପୱନ କ୍ବାରେଣ୍ଟାଇନରେ ରହିବାକୁ ସ୍ଥିର କଲେ । ବର୍ତ୍ତମାନ ସେ ଏକ ଶାନ୍ତ ପରିବେଶରେ ସମୟ ବିତାଉଛନ୍ତି ।
ପ୍ରକାଶ ଥାଉ ଯେ, 'ଓ୍ବକିଲ ସାବ' ହେଉଛି ହିନ୍ଦୀ ଚଳଚ୍ଚିତ୍ର ପିଙ୍କର ଅଫିସିଆଲ୍ ରିମେକ୍ । ଏହି ଚଳଚ୍ଚିତ୍ରରେ ପୱନ କଲ୍ୟାଣ ଅମିତାଭ ବଚ୍ଚନଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଦୁଇ ବର୍ଷର ବ୍ୟବଧାନ ପରେ ଅଭିନେତା ସିନେମାକୁ ଫେରିଛନ୍ତି ।