ମୁମ୍ବାଇ: ଆସନ୍ତା 26 ତାରିଖରେ ଫେମସ ବ୍ୟାଡମିଣ୍ଟନ ପ୍ଲେୟାର ସାଇନା ନେହୱାଲଙ୍କ ସଂଘର୍ଷମୟ କାହାଣୀ ଦେଖିବାକୁ ମିଳିବ । ଯାହାକୁ ନେଇ ପରଦାକୁ ଫେରିରେ ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା । ନିକଟରେ ବାୟୋପିକ ‘ସାଇନା’ର ଦମଦାର ଟିଜର ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପ୍ରଶଂସା ମିଳିଛି । ଗତ କିଛି ମାସ ଧରି ଏହି ଫିଲ୍ମର ଲଗାତାର ସୁଟିଂ ଚାଲିଛି ଏବଂ ପରିଣୀତିଙ୍କ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସାଇନାଙ୍କ ଭୂମିକାରେ ପରିଣିତିଙ୍କ ଚମତ୍କାର ଲୁକ ଦେଖିବାକୁ ମିଳିଛି । ହେଲେ ଇତିମଧ୍ୟରେ ମେକର୍ସଙ୍କୁ ଟାର୍ଗେଟ କରିଛନ୍ତି କିଛି ଟ୍ରୋଲର୍ସ ।
କାରଣ ନିକଟରେ ଜାରି ହୋଇଥିବା ଏକ ଫିଲ୍ମର ପୋଷ୍ଟରକୁ ନେଇ ଖପ୍ପା ଅଛନ୍ତି ଅନେକ ୟୁଜର୍ସ । ସେମାନଙ୍କ ଅନୁଯାୟୀ ଏହି ଫିଲ୍ମଟି ସାଇନାଙ୍କ ବାୟୋପିକ ଟେନିସ୍ ପ୍ଲେୟାର ସାନିଆ ମିର୍ଜାଙ୍କର ନୁହେଁ । କାରଣ ପୋଷ୍ଟରେ ସାନିଆଙ୍କ ଆକ୍ସନକୁ କପି କରାଯାଇଛି ।
ସେହିପରି ଏଥିରେ କମେଣ୍ଟ କରି ୟୁଜର୍ସ ଲେଖିଛନ୍ତି, ‘ସାନିଆ ମିର୍ଜାଙ୍କ ପରି କାମ କରୁଛନ୍ତି ସାଇନା ନେହୱାଲ । ପରିଣୀତି ଟେନିସ୍ ଖେଳିଲା ଭଳି ଲାଗୁଛନ୍ତି ବ୍ୟାଡମିଣ୍ଟନ ନୁହେଁ ।’ ବର୍ତ୍ତମାନ ଏହି ପୋଷ୍ଟରକୁ ଭାଇରାଲ କରି ଅପମାନଭରା କମେଣ୍ଟ କରୁଛନ୍ତି ସମସ୍ତେ ।