ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି ନିଜର ଅପକମିଂ ଫିଲ୍ମ ସାଇନା ନେହୱାଲଙ୍କ ବାୟୋପିକ ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ଏହାସହ ନିକଟରେ ତାଙ୍କର ଫିଲ୍ମ 'ଜବରିୟା ଯୋଡି'ର ମଧ୍ୟ ଟ୍ରେଲର ରିଲିଜ ହୋଇସାରିଛି । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଏବେ ନିକଟରେ ପରିଣୀତି ଟ୍ବିଟରରେ ନିଜ ଫ୍ୟାନ୍ସଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ତାଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିବାର ନଜର ଆସିଥିଲେ ।
ପରିଣୀତିଙ୍କୁ ଏହି ପ୍ରଶ୍ନ-ଉତ୍ତର ସେଶନରେ ଜଣେ ଫ୍ୟାନ୍ସ ମଜାଦାର ପ୍ରଶ୍ନ କରିଥିଲେ । ଯାହାକୁ ନେଇ ପରିଣୀତିଙ୍କ ଅନ୍ୟ ଫ୍ୟାନ୍ସ ମଧ୍ୟ ଖୁସି ହୋଇଥିଲେ । ଅର୍ଜୁନ କପୁରଙ୍କୁ କେତେ ପ୍ରେମ କରୁଛନ୍ତି ସେ ବୋଲି ପ୍ରଶ୍ନ କରିଥିଲେ ଫ୍ୟାନ ଜଣକ । ଏହାର ଜବାବରେ ପରିଣୀତି କହିଥିଲେ ଇଣ୍ଡଷ୍ଟ୍ରିରେ ଅର୍ଜୁନ ତାଙ୍କର ସବୁବେଳେ ପ୍ରଥମ ବନ୍ଧୁ ହୋଇ ରହିବେ ।
ପ୍ରକାଶ ଥାଉକି ଅର୍ଜୁନ ଓ ପରିଣୀତି ବହୁତ ଭଲ ବନ୍ଧୁ । ଆଉ ଦୁଇଜଣ ପରସ୍ପର ସହ ଖୁବ ମଜାମସ୍ତି କରୁଥିବାର ମଧ୍ୟ ଦେଖାଯାଆନ୍ତି । ଦୁଇଜଣ ଏକାଠି ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ଏହି ଯୋଡିକୁ ସିଲଭର ସ୍କ୍ରିନରେ ଖୁବ୍ ପସନ୍ଦ ମଧ୍ୟ କରାଯାଏ ।