ମୁମ୍ବାଇ: ମଙ୍ଗଳବାର ଦିନ କୋଭିଡ -19 ଟିକାର ପ୍ରଥମ ଡୋଜ ନେଲେ ବଲିଉଡ ଅଭିନେତା ପରେଶ ରାୱଲ । ସେ ନିଜେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି ।
କେବଳ ଏତିକି ନୁହେଁ ଅଭିନେତା ତାଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ।
-
V for vaccines. ! Thanks to All the Doctors and Nurses and the front line Health care workers and The Scientists. 🙏Thanks @narendramodi pic.twitter.com/UC9BSWz0XF
— Paresh Rawal (@SirPareshRawal) March 9, 2021 " class="align-text-top noRightClick twitterSection" data="
">V for vaccines. ! Thanks to All the Doctors and Nurses and the front line Health care workers and The Scientists. 🙏Thanks @narendramodi pic.twitter.com/UC9BSWz0XF
— Paresh Rawal (@SirPareshRawal) March 9, 2021V for vaccines. ! Thanks to All the Doctors and Nurses and the front line Health care workers and The Scientists. 🙏Thanks @narendramodi pic.twitter.com/UC9BSWz0XF
— Paresh Rawal (@SirPareshRawal) March 9, 2021
ପରେଶ ଟ୍ବିଟରରେ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଭ୍ୟାକ୍ସିନ ପାଇଁ ସମସ୍ତ ଡାକ୍ତର ଏବଂ ନର୍ସ କର୍ମଚାରୀମାନଙ୍କୁ ଧନ୍ୟବାଦ, ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ।
ଏବେ ପରେଶଙ୍କ ଏହି ଟୁଇଟ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅଭିନେତାଙ୍କ ଏହି ଟ୍ବିଟରେ ଯୁଜର୍ସ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି । କେବଳ ଏତିକି ନୁହେଁ, ପରେଶଙ୍କ ପୂର୍ବରୁ ତାଙ୍କ ପତ୍ନୀ ସ୍ବରୂପ ରାୱଲ ମଧ୍ୟ କୋଭିଡ -19 ଟିକାର ପ୍ରଥମ ଡୋଜ ନେଇଛନ୍ତି ।
ପ୍ରକାଶ ଥାଉ ଯେ, ମାର୍ଚ୍ଚ 1 ତାରିଖରେ ସାରା ଦେଶରେ ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା, ଯେଉଁଥିରେ ଅନେକ ସେଲିବ୍ରିଟି, କଳାକାରମାନେ ପିଏମ ମୋଦିଙ୍କ ପରେ କୋଭିଡ -19 ଟିକା ନେଇଛନ୍ତି ।