ମୁମ୍ବାଇ: ଫେମସ ଅଭିନେତା ପଙ୍କଜ ତ୍ରିପାଠୀ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚାରେ । ସେ ଖୁବଶୀଘ୍ର ଫିଲ୍ମ ‘ମିମି’ରେ ନଜର ଆସିବେ । ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ରୂପେ ଦେଖାଯିବେ ‘ଲୁକାଛପି’ ଅଭିନେତ୍ରୀ କ୍ରିତି ସାନନ। ବର୍ତ୍ତମାନ ପଙ୍କଜ ଫିଲ୍ମର ସୁଟିଂ ରାଜସ୍ଥାନରେ କରିବାକୁ ନେଇ ଖୁବ୍ ଉତ୍ସାହିତ। କାରଣ ତାଙ୍କ ଅନୁଯାୟୀ ଛୋଟ ସହରରେ ଆକର୍ଷଣ ଭରପୁର ରହିଥାଏ।
‘ମିମି’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଲକ୍ଷ୍ମଣ ଉଟେକର । ଫିଲ୍ମରେ ଜଣେ ମହିଳାଙ୍କ କାହାଣୀ ଦେଖିବାକୁ ପାଇବେ ଦର୍ଶକ । ଯିଏ ଜଣେ ଦମ୍ପତି ପାଇଁ ସରୋଗେଟ ମା' ହେବାକୁ ମନା କରିଦେଉଛନ୍ତି। ଏହାପରେ ଯାହା ବି ଘଟୁଛି, ସେଥିରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯାଉଛି।
ପ୍ରକାଶ ଥାଉକି ପଙ୍କଜ ଫିଲ୍ମର ଦ୍ବିତୀୟ ସିଡ୍ୟୁଲର ସୁଟିଂ ଆରମ୍ଭ କରିଦେଇଛନ୍ତି । ଏହି ସିଡ୍ୟୁଲର ସୁଟିଂ ଗୋଟିଏ ମାସ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ପଙ୍କଜ ଏକ ସାକ୍ଷାତକାରରେ କହିଥିଲେ ଯେ, ଛୋଟରେ ଅନେକ ଆକର୍ଷଣ ହୋଇଥାଏ । ଏହା ଫିଲ୍ମରେ ସକାରତ୍ମକ ଏବଂ ଭୂମିକା ଜୀବନ୍ତ କରିଦେଇଥାଏ । ରାଜସ୍ଥାନରେ ସେ ଗୋଟିଏ ମାସ ପର୍ଯ୍ୟନ୍ତ ସୁଟିଂ କରିବେ । ଟିମ ସହ ସେଠାରେ ପହଞ୍ଚି ସେ ବହୁତ ଖୁସି ଅନୁଭବ କରୁଛନ୍ତି ।