ହାଇଦ୍ରାବାଦ: ଶାହାରୁଖ ୱେବ ସିରିଜ ଜରିଆରେ ପୁଣି ଇଣ୍ଡଷ୍ଟ୍ରିରେ ପାଦ ଦେଇଛନ୍ତି କିନ୍ତୁ ଅଭିନୟ ନୁହେଁ ବରଂ ପ୍ରଯୋଜନା କରିବେ କିଙ୍ଗଖାନ । ନେଟଫ୍ଲିକ୍ସରେ ୱେବ ସିରିଜ ‘ବାର୍ଡ ଅଫ ବ୍ଲଡ୍’ନେଇ ଆସୁଛନ୍ତି ଶାହାରୁଖ । ତେବେ ଏହାକୁ ନେଇ ଆରୋପ ଆଣିଛନ୍ତି ପାକିସ୍ତାନୀ ସେନା ପ୍ରବକ୍ତା ଆସିଫ ଗଫୁର ।
ଏଥିପାଇଁ ଶାହାରୁଖଙ୍କୁ ଟାର୍ଗେଟ କରିଛନ୍ତି ଗଫୁର । ସେ ଟ୍ବିଟ କରି ଶାହାରୁଖଙ୍କୁ ବଲିଉଡର ସୀମା ମଧ୍ୟରେ ରହିବାକୁ ପରାମର୍ଶ ଦେଇଥିଲେ ଓ କୁଲଭୂଷଣ ଯାଦବ ଓ ଅଭିନନ୍ଦନଙ୍କ ଉଦାହରଣ ଦେଇ ଭାରତ ଅଧିକୃତ ଜମ୍ମୁ ପାଇଁ ଶାନ୍ତି ବାର୍ତ୍ତା ଦେବା ପାଇଁ କହିଛନ୍ତି ।
ପ୍ରକାଶଥାଉକି, ୱେବସିରିଜରେ ଭାରତୀୟ ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ମଧ୍ୟରେ ହେଉଥିବା ମିଶନ ବିଷୟରେ ଚିତ୍ରଣ କରାଯାଇଛି । ଟ୍ରେଲରରେ ଏହାକୁ ସୁଇସାଇଡ୍ ମିଶନ ବୋଲି କୁହାଯାଇଛି ।