ETV Bharat / sitara

ରାଜୀବଙ୍କ ମୃତ୍ୟୁରେ ମର୍ମାହତ ପାକିସ୍ତାନୀ ଅଭିନେତ୍ରୀ

ରାଜୀବଙ୍କ ପ୍ରଯୋଜିତ ଫିଲ୍ମ ‘ହିନା’ରେ ଅଭିନୟ କରିଥିବା ଜେବା ବର୍ତ୍ତମାନ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପାଖରେ ରାଜୀବଙ୍କ ଭଲ ସ୍ମୃତି ଅଛି ବୋଲି ଜଣାଇଲେ ସେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 11, 2021, 10:35 AM IST

ମୁମ୍ବାଇ: ‘ହିନା’ ଫିଲ୍ମରେ କାମ କରିଥିବା ପାକିସ୍ତାନୀ ଅଭିନେତ୍ରୀ ଜେବା ବଖତିଆର ବଲିଉଡ ଅଭିନେତା ରାଜୀବ କପୁରଙ୍କ ଦେହାନ୍ତ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ‘ହିନା’ ରାଜୀବଙ୍କ ଦ୍ବାରା ନିର୍ମିତ ହୋଇଥିଲା। ସେ ଜଣେ ଅଭିନେତା ତଥା ନିର୍ମାତା ଏବଂ ନିର୍ଦ୍ଦେଶକ ମଧ୍ୟ ଥିଲେ । ଗତ ମଙ୍ଗଳବାର ହୃଦଘାତରେ ତାଙ୍କ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ମନ କଥା କହିଛନ୍ତି ଜେବା ।

ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ମୁଁ ହଠାତ୍ ତାଙ୍କ ମୃତ୍ୟୁ ଖବର ଶୁଣି ଚକିଚ । ମୁଁ ବୁଝିପାରୁନି କଣ କହିବି । ମୁଁ ତାଙ୍କ ବଡ ଭାଇ ତଥା ଅଭିନେତା ରଣଧୀର କପୁରଙ୍କ ସମ୍ପର୍କରେ ଅଛି । ସେ ଗତ କିଛି ବର୍ଷରେ ଅନେକ ସମସ୍ୟା ଦେଇ ଗତି କରିସାରିଲେଣି । ସେ ପ୍ରଥମେ ନିଜ ମା'ଙ୍କୁ ହରାଇଥିଲେ ପରେ ଭାଇ ଋଷି କପୁରଙ୍କୁ । ଆଉ ଏବେ ସାନ ଭାଇଙ୍କୁ ହରାଇଛନ୍ତି । ରାଜୀବଙ୍କ ସହ ମୋର ଏତେ କଥାବାର୍ତ୍ତା ନଥିଲା । ହେଲେ ମୁଁ ରଣଧୀରଙ୍କ ଠୁ ସବୁ କିଛି ତାଙ୍କ ବିଷୟରେ ବୁଝୁଥିଲି । ଆଉ ସବୁବେଳେ ସେ କହୁଥିଲେ ରାଜୀବ ଠିକ୍ ଅଛନ୍ତି ।’

1991ରେ ଫିଲ୍ମ ‘ହିନା’ର ସୁଟିଂ ବିଷୟରେ ମନେ ପକାଇ ଜେବା କହିଛନ୍ତି, ‘ରାଜବୀଙ୍କୁ ସମସ୍ତେ ଚିମ୍ପୁ କହି ଡାକୁଥିଲେ । ସେ ଜଣେ ଭଲ ବ୍ୟକ୍ତି ଥିଲେ । ବହୁତ ସ୍ବିଟ୍ ହେବା ସହ ଅତ୍ୟଧିକ ସମ୍ବେଦନଶୀଳ ଏବଂ ଦୟାଳୁ ମଧ୍ୟ ଥିଲେ । ହିନା ପ୍ରଯୋଜନା ସମୟରେ ଆମେ ଏକାଠି ଅନେକ ସମୟ ବିତାଇଥିଲୁ । ମୋ ପାଖରେ ତାଙ୍କର ଭଲ ସ୍ମୃତି ଅଛି । ବାକି କପୁର ଲୋକଙ୍କ ପରି ରଜାବୀଙ୍କ ମଧ୍ୟ ସେନ୍ସ ଅଫ ହ୍ୟୁମର କମାଲର ଥିଲା ।’

ପ୍ରକାଶ ଥାଉକି ‘ହିନା’ ପରେ ଜେବା ‘ବିକ୍ରାନ୍ତ’ ଫିଲ୍ମରେ ଅଭିନୟ କରିଥିଲେ । ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ଫିଲ୍ମରେ ନଜର ଆସିଥିଲେ । ସେହିପରି ଫିଲ୍ମ ‘ଷ୍ଟଣ୍ଟମ୍ୟାନ’ରେ ଜ୍ୟାକି ଶ୍ରଫଙ୍କ ସହ କାମ କରିଥିଲେ ସେ । ତାଙ୍କର ସବୁଠାରୁ ପପୁଲାର ଫିଲ୍ମ ମଧ୍ୟରେ ହିନା ସାମିଲ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.