ETV Bharat / sitara

ଇଣ୍ଡସ ଭ୍ୟାଲି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ 'ପ୍ୟାଡ୍ ମ୍ୟାନ୍'

author img

By

Published : Sep 17, 2020, 10:48 PM IST

ଇଣ୍ଡସ ଭ୍ୟାଲି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଦ୍ବିତୀୟ ସଂସ୍କରଣରେ ଅକ୍ଷୟ କୁମାରଙ୍କ ଅଭିନୀତ ପ୍ୟାଡ୍ ମ୍ୟାନ ଉଦଘାଟନୀ ଚଳଚ୍ଚିତ୍ର ଭାବରେ ମନୋନୀତ ହୋଇଛନ୍ତି । ଅକ୍ଟୋବର 2 ରୁ ଅକ୍ଟୋବର 10 ମଧ୍ୟରେ ଡିଜିଟାଲ ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବ । ଅଧିକ ପଢନ୍ତୁ...

Pad Man is opening film at Indus Valley International Film Festival
ଇଣ୍ଡସ ଭ୍ୟାଲି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ୟାଡ୍ ମ୍ୟାନ୍

ମୁମ୍ବାଇ: ଇଣ୍ଡସ ଭ୍ୟାଲି ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଦ୍ବିତୀୟ ସଂସ୍କରଣରେ ଅକ୍ଷୟ କୁମାରଙ୍କ ଅଭିନୀତ ପ୍ୟାଡ୍ ମ୍ୟାନ ଉଦଘାଟନୀ ଚଳଚ୍ଚିତ୍ର ଭାବରେ ମନୋନୀତ ହୋଇଛନ୍ତି । ଅକ୍ଟୋବର 2 ରୁ ଅକ୍ଟୋବର 10 ମଧ୍ୟରେ ଡିଜିଟାଲ ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବ ।

ଫିଲ୍ମ ପ୍ୟାଡ୍ ମ୍ୟାନ୍ ର ନିର୍ଦ୍ଦେଶକ ଆର ବଲ୍କି କହିଛନ୍ତି, "ମୋର ଚଳଚ୍ଚିତ୍ର ପ୍ୟାଡ୍ ମ୍ୟାନ୍ ଅକ୍ଟୋବର 2 ରେ ଉଦଘାଟନୀ ଚଳଚ୍ଚିତ୍ର ହେବ । ମୁଁ ସେହି ଦିନ ଏକ ମନ୍ତବ୍ୟ ଦେବି । ସେଠାରେ ଦକ୍ଷିଣ ଏସିଆର ବିଭିନ୍ନ ସ୍ଥାନରୁ କିଛି ଚମତ୍କାର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।

2018ରେ ମୁକ୍ତିଲାଭ କରିଥିବା ପ୍ୟାଡ୍ ମ୍ୟାନରେ ଅଭିନେତ୍ରୀ ରାଧିକା ଅପ୍ଟେ ଏବଂ ସୋନମ କପୁରଙ୍କ ସହିତ ଅକ୍ଷୟ କୁମାର ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ ।

ଏହି ଚଳଚ୍ଚିତ୍ର ମହୋତ୍ସବରେ ଚଳଚ୍ଚିତ୍ର ସ୍କ୍ରିନିଂ, ସେଲିବ୍ରିଟିମାନଙ୍କ ସହିତ କଥାବାର୍ତ୍ତା ଏବଂ ମ୍ୟୁଜିକ କନସର୍ଟ ଅନ୍ତର୍ଭୁକ୍ତ ହେବ । ରଜତ କପୁର ନିର୍ଦ୍ଦେଶକ କାଦାଖ ଚଳିତ ବର୍ଷ ଏହି ଉତ୍ସବରେ ପ୍ରିମିୟର ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ଉତ୍ସବର ନିର୍ଦ୍ଦେଶକ ହର୍ଷ ନାରାୟଣ କହିଛନ୍ତି ଯେ, ଏହି ଚଳଚ୍ଚିତ୍ର ମହୋତ୍ସବ ପଛରେ ମୋର ଧାରଣା ହେଉଛି ଆନ୍ତର୍ଜାତୀୟ ସମ୍ପର୍କ ତଥା ସାମାଜିକ ପରିବର୍ତ୍ତନ ଉପରେ ଧ୍ୟାନ ଦେବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.