ETV Bharat / sitara

ପୋପ୍ ଫ୍ରାନ୍ସିସଙ୍କ ପୁସ୍ତକ ଉପରେ ନେଟଫ୍ଲିକ୍ସର ଆଗାମୀ ସିରିଜ୍‌

author img

By

Published : Dec 17, 2020, 1:29 PM IST

ଏଥର ନେଟଫ୍ଲିକ୍ସରେ ଦେଖିବାକୁ ମିଳିବ ଚର୍ଚ୍ଚିତ ପୁସ୍ତକ ‘ସେୟାରିଂ ଦ ୱିସଡମ ଅଫ ଟାଇମ’ର କାହାଣୀ । ଯାହାର ଡକ୍ୟୁମେଣ୍ଟାରୀ ପାଇଁ ନେଟଫ୍ଲିକ୍ସ ନିର୍ଦ୍ଦେଶକ ଦେଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ଅନଲାଇନ ଷ୍ଟ୍ରିମିଂ ସେବା ଯୋଗାଉଥିବା ନେଟଫ୍ଲିକ୍ସ ପୋପ୍ ଫ୍ରାନ୍ସିସଙ୍କ ପୁସ୍ତକ ‘ସେୟାରିଂ ଦ ୱିସଡମ ଅଫ ଟାଇମ’ ଉପରେ ଆଧାରିତ ଏକ ମୂଳ ଡକ୍ୟୁମେଣ୍ଟାରୀ ସିରିଜ ପାଇଁ ନିର୍ଦ୍ଦେଶ ଦେଇଛି । ରିପୋର୍ଟର ଅନୁଯାୟୀ, ପୁରସ୍କାର ପ୍ରାପ୍ତ ପୁସ୍ତକରେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ବୟସ୍କ ବ୍ୟକ୍ତିଙ୍କ କାହାଣୀ ରହିଛି । ଡକ୍ୟୁମେଣ୍ଟାରୀ ସିରିଜ ଚାରି ଭାଗରେ ବିଭକ୍ତ ହେବ ଏବଂ ଏଥିରେ ବିଶ୍ବର ପ୍ରାୟ 70 ବର୍ଷ ବୟସର ପୁରୁଷ ଏବଂ ମହିଳା ଅଂଶଗ୍ରହଣ କରିବେ, ଯେଉଁମାନେ 30 ବର୍ଷରୁ କମ୍ ଯୁବ ନିର୍ମାତାଙ୍କୁ ନିଜ କାହାଣୀ କହିବେ ।

ପୋପ୍ ଫ୍ରାନ୍ସିସଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର ମଧ୍ୟ ସିରିଜରେ ସ୍ଥାନ ପାଇବ । ସାକ୍ଷାତକାର ବ୍ୟତୀତ, ଏହି କ୍ରମରେ ଫ୍ରାନ୍ସିସଙ୍କ ମନ୍ତବ୍ୟ ଆକାରରେ ଏକ ସାଧାରଣ ସୂତ୍ର ରଖାଯିବ ।

ପ୍ରକାଶ ଥାଉକି ‘ସେୟାରିଂ ଦ ୱିସଡମ ଅଫ ଟାଇମ’ ପୁସ୍ତକ ଫାଦର୍ ଆଣ୍ଟୋନିଓ ସ୍ପାଡାରୋଙ୍କ ଦ୍ବାରା ସମ୍ପାଦିତ ହୋଇଥିଲା । ଯାହାକୁ 2018ରେ ଆମେରିକାରେ ପ୍ରକାଶିତ କରାଯାଇଥିଲା । ସିରିଜଟି ଇଟାଲୀୟ ନିର୍ଦ୍ଦେଶକ ସିମୋନା ଏରକୋଲାନିଙ୍କ ଦ୍ବାରା ନିର୍ଦ୍ଦେଶିତ ଏବଂ ନିର୍ମିତ ହେବ । ଆଉ 2021ରେ ବିଶ୍ବସ୍ତରରେ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.