ETV Bharat / sitara

‘ବାହୁବଳୀ’ ରିଲିଜକୁ ନେଟଫ୍ଲିକ୍ସର ନା, ଆସିବ ନୂଆ କଣ୍ଟେଣ୍ଟ - ଆକ୍ସନ ଡ୍ରାମା ଫିଲ୍ମ ‘ବାହୁବଳୀ’ ନ୍ୟୁଜ

‘ବାହୁବଳୀ’ର ପ୍ରଥମ ଭାଗ ଷ୍ଟ୍ରିମିଂ କରିବାକୁ ମନା କଲା ନେଟଫ୍ଲିକ୍ସ । ହେଲେ ରାଜାମୌଲୀଙ୍କ ସହ ମିଶି ଫିଲ୍ମର ଆଣିବ ନୂଆ କଣ୍ଟେଣ୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Mar 18, 2021, 1:16 PM IST

ମୁମ୍ବାଇ: ଦର୍ଶକଙ୍କ ଅଲ୍ ଟାଇମ ଫେଭରେଟ ଫିଲ୍ମରେ ସାମିଲ ଆକ୍ସନ ଡ୍ରାମା ଫିଲ୍ମ ‘ବାହୁବଳୀ’ । ଯାହାର ରିଲିଜକୁ 5 ବର୍ଷ ପୂରଣ ହୋଇସାରିଛି । ଆଜି ମଧ୍ୟ ଦର୍ଶକଙ୍କ ପସନ୍ଦୀୟ ଫିଲ୍ମ ‘ବାହୁବଳୀ’ । ପ୍ରଥମ ଭାଗ ସମସ୍ତଙ୍କୁ ଏତେ ଆକର୍ଷିତ କରିଥିଲା ଯେ ଏହାର ଦ୍ବିତୀୟ ଭାଗ ଆଣିବାକୁ ବାଧ୍ୟ ହୋଇଥିଲେ ମେକର୍ସ । ହେଲେ ଇତିମଧ୍ୟରେ ଓିଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ବର୍ତ୍ତମାନ ‘ବାହୁବଳୀ’ ରିଲିଜ କରିବାକୁ ମନା କରିଦେଇଛି ।

ତେବେ କଥାଟି ହେଲା ଯେ ନେଟଫ୍ଲିକ୍ସ 100 କୋଟି ବଜେଟରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ନେଇ ଖୁସି ନାହିଁ । ଏଥିପାଇଁ ଏହି କଣ୍ଟେଣ୍ଟକୁ ନିଜ ପ୍ଲାଟଫର୍ମରେ ସ୍ଥାନ ଦେବାକୁ ରାଜି ହେଉନାହିଁ । ଏବେ ମେକର୍ସ ଫିଲ୍ମର ସ୍କ୍ରିପ୍ଟ, ଷ୍ଟାରକାଷ୍ଟ ଓ ଟେକ୍ନିସିଆନ ଟିମ ଉପରେ ପୁନଃ କାମ ଆରମ୍ଭ କରିଛି । କାରଣ ଫିଲ୍ମ ନୁହେଁ ସିରିଜ ରୂପେ ନେଟଫ୍ଲିକ୍ସ ଏହାର ଷ୍ଟ୍ରିମିଂ କରିବାକୁ ଚାହୁଁଛି । ଏହାସହ ପୁଣିଥରେ ଫିଲ୍ମର ସୁଟିଂ କରିବାକୁ ଯୋଜନା ମଧ୍ୟ କରାଯାଉଛି ।

‘ବାହୁବଳୀ’ ଦର୍ଶକଙ୍କ ଉପରେ ପକାଇଥିବା ପ୍ରଭାବକୁ ଧ୍ୟାନରେ ରଖି ନେଟଫ୍ଲିକ୍ସ ନିଷ୍ପତ୍ତି ନେଇଛି ଯେ ପରବର୍ତ୍ତୀ ଭାଗ ଆହୁରି ଭଲ କରିବା ପାଇଁ। ଯାହା ଦର୍ଶକଙ୍କୁ ଉତ୍ସାହିତ କରିପାରିବ। ନୂଆ ଅଂଶ ପାଇଁ ବଜେଟ୍ 200 କୋଟି ସ୍ଥିର କରାଯାଇଛି ଏବଂ ଯଦି ପୂର୍ବରୁ ପ୍ରତ୍ୟାଖ୍ୟାନ ହୋଇଥିବା ବିଷୟବସ୍ତୁର ମୂଲ୍ୟକୁ ମିଶାଇବା, ତେବେ ସମଗ୍ର ମୂଲ୍ୟ 300 କୋଟି ହେବ ।

ଯାହାର ପ୍ରଯୋଜନା ଏସ.ଏସ ରାଜାମୌଲୀ ଏବଂ ନେଟଫ୍ଲିକ୍ସ ମିଶି କରିବେ । ଫିଲ୍ମକୁ 9ଟି ଏପିସୋଡ ଏବଂ ଦୁଇଟି ସିରିଜରେ ଷ୍ଟ୍ରିମିଂ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.