ETV Bharat / sitara

Oscar 2022: ପସନ୍ଦିତା ଫିଲ୍ମକୁ ଓସ୍କାର ଦେବାକୁ ଚାହୁଁଛନ୍ତି ? ଟ୍ବିଟରରେ ଦେଇପାରିବେ ଭୋଟ୍ - ପ୍ରଶଂସକ ପସନ୍ଦିତା

ଓସ୍କାର 2022 ରେ ବର୍ଷର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ ଏକ ନୂଆ "ପ୍ରଶଂସକ ପସନ୍ଦିତା" ପୁରସ୍କାର ସାମିଲ ହେବ। ଏଥିପାଇଁ ପ୍ରଶଂସକମାନେ 2021ରେ ରିଲିଜ ହୋଇଥିବା କୌଣସି ଫିଲ୍ମକୁ ନୂଆ ବର୍ଗରେ ମନୋନୀତ କରିବା ପାଇଁ ଟ୍ବିଟର ହ୍ୟାସଟ୍ୟାଗ #OscarsFanFavorite କିମ୍ବା ଏକାଡେମୀର ୱେବସାଇଟ୍ ବ୍ୟବହାର କରିପାରିବେ । ଅଧିକ ପଢନ୍ତୁ

ପସନ୍ଦିତା ଫିଲ୍ମକୁ ଓସ୍କାର ଦେବାକୁ ଚାହୁଁଛନ୍ତି ? ଟ୍ବିଟରରେ ଦେଇପାରିବେ ଭୋଟ୍

author img

By

Published : Feb 15, 2022, 9:22 PM IST

ହାଇଦ୍ରାବାଦ: ଓସ୍କାର 2022 ରେ ବର୍ଷର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ ଏକ ନୂଆ "ପ୍ରଶଂସକ ପସନ୍ଦିତା" ପୁରସ୍କାର ସାମିଲ ହେବ। ଓସ୍କାର ନୋମିନେସନ୍ସ 2022 ପରେ ଅନେକ ଲୋକ ଏହି କଥାରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଯେ, ତାଙ୍କର ପସନ୍ଦିତା ଫିଲ୍ମ ଯେମିତି କି ସ୍ପାଇଡର୍-ମ୍ୟାନ୍: ନୋ ୱେ ହୋମ୍ ଔର ନୋ ଟାଇମ୍ ଟୁ ଡାଏ ସର୍ବଶ୍ରେଷ୍ଠ ଚିତ୍ର ସମେତ ପ୍ରମୁଖ ବର୍ଗରେ ଓସ୍କାର ନାମାଙ୍କନ ପାଇବାରେ ବିଫଳ ହୋଇଥିଲା ।

ମାର୍ଚ୍ଚ 27 ରେ ପ୍ରସାରିତ ହେବାକୁ ଥିବା 94 ତମ ଏକାଡେମୀ ପୁରସ୍କାରରେ ସ୍ପାଇଡର୍-ମ୍ୟାନ୍: ନୋ ୱେ ହୋମ୍ ଔର ନୋ ଟାଇମ୍ ଟୁ ଡାଏ ସମେତ ଅନ୍ୟାନ୍ୟ ଚଳଚ୍ଚିତ୍ରର ଅନୁପସ୍ଥିତି ଯୋଗୁଁ ଅନେକ ଚଳଚ୍ଚିତ୍ର ପ୍ରଶଂସକ ଏହି ଶୋ’ର ଅଂଶ ଗ୍ରହଣ କରିବେ ନାହିଁ ବୋଲି ଆୟୋଜକମାନେ ଉଦ୍ବେଗ ପ୍ରକାଶ କରିଥିଲେ । ତେଣୁ ଆୟୋଜକ ଚଳିତ ବର୍ଷ ଏକ "ପ୍ରଶଂସକ ପସନ୍ଦିତା" ପୁରସ୍କାର ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହା ବି ପଢନ୍ତୁ: Oscars ଦୌଡରେ ଭାରତର ଡକ୍ୟୁମେଣ୍ଟାରୀ ଫିଲ୍ମ Writing With Fire

ଏଥିପାଇଁ ପ୍ରଶଂସକମାନେ 2021ରେ ରିଲିଜ ହୋଇଥିବା କୌଣସି ଫିଲ୍ମକୁ ନୂଆ ବର୍ଗରେ ମନୋନୀତ କରିବା ପାଇଁ ଟ୍ବିଟର ହ୍ୟାସଟ୍ୟାଗ #OscarsFanFavorite କିମ୍ବା ଏକାଡେମୀର ୱେବସାଇଟ୍ ବ୍ୟବହାର କରିପାରିବେ । ଯେଉଁ ଚଳଚ୍ଚିତ୍ର ସର୍ବାଧିକ ଭୋଟ୍ ପାଇବ ତାକୁ ଓସ୍କାର 2022 ରେ ସମ୍ମାନିତ କରାଯିବ ।

ଏହା ବି ପଢନ୍ତୁ: Writing With Fireର କିଛି ଝଲକ

ଗତ କିଛି ବର୍ଷ ଧରି ଓସ୍କାରର ମୂଲ୍ୟାୟନ ହ୍ରାସ ପାଉଛି । ଗତ ବର୍ଷର ସଂସ୍କରଣ, ଯେଉଁଥିରେ ମୁଖ୍ୟ ରୂପରେ ସର୍ବଶ୍ରେଷ୍ଠ ଚିତ୍ରର ପୁରସ୍କାର ନୋମାଲାଣ୍ଡ ପରି ଛୋଟ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଥିଲା, ଯାହାକୁ କେବଳ 10 ମିଲିୟନ୍ ଦର୍ଶକ ଦେଖିଥିଲେ । ତାହା ହେଉଛି ଅର୍ଥାତ 2020 ଠାରୁ 56 ପ୍ରତିଶତ ହ୍ରାସ ପାଇଛି । ଏହି କାରଣରୁ ସମାରୋହର ଲୋକପ୍ରିୟତା ବଢାଇବା ପାଇଁ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.