ETV Bharat / sitara

4 ମାସ ଘୁଞ୍ଚିଲା ଓସ୍କାର ଆୱାର୍ଡ ସେରିମନି

author img

By

Published : May 20, 2020, 3:32 PM IST

କୋରୋନା ତାଣ୍ଡବ ପାଇଁ ଅନେକ ବଡ ବଡ ଇଭେଣ୍ଟକୁ ବର୍ତ୍ତମାନ ସ୍ଥିଗତ ରଖାଯାଇଛି। ଏନେଇ ଆଉ ଏବେ ଓସ୍କାର ଆୱାର୍ଡ ଶୋର ସମୟକୁ ବଢାଇ ଦିଆଯାଇଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: କୋରୋନା ଭାଇରସର ପ୍ରକୋପ ପୁରା ବିଶ୍ବରେ। ଯାହା ପାଇଁ ଅନେକ ଦେଶରେ ଏଯାବତ ଲକଡାଉନ ଚାଲିଛି । ସେହିପରି ଭାରତରେ ମଧ୍ୟ ବର୍ତ୍ତମାନ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲିଛି। ଯାହାର ପ୍ରଭାବ ସବୁ ଜଗତରେ ଦେଖିବାକୁ ମିଳୁଛି। ଲକଡାଉନ ପାଇଁ ମନୋରଞ୍ଜନ ଜଗତର ସବୁ ବଡ ବଡ ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ପ୍ରଥମ ଲକଡାଉନ ପୂର୍ବରୁ ସବୁ ଧାରାବାହିକ, ଫିଲ୍ମର ସୁଟିଂକୁ ରଦ୍ଦ କରି ଦିଆଯାଇଥିଲା।

ହେଲେ ପ୍ରଥମଥର ଓସ୍କାର ଆୱାର୍ଡ ସେରେମନିକୁ ରଦ୍ଦ କରାଯିବ। ଶୁଣିବାକୁ ମିଳୁଛି ଯେ କୋରୋନା ଭାଇରସ ପାଇଁ ଏହି ସେରିମନିକୁ 4 ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ପୂର୍ବରୁ ଏହା ଆସନ୍ତା ବର୍ଷ ଫେବୃଆରୀ 28ରେ ହେବାର ଥିଲା। ହେଲେ ଏବେ 93ତମ ୱାସ୍କାର ଆୱାର୍ଡ 2021 ଜୁନ ପର୍ଯ୍ୟନ୍ତ କରି ଦିଆଯାଇଛି ।

ଓସ୍କାର ପାଇଁ ଏଣ୍ଟ୍ରି ପ୍ରକ୍ରିୟା ମାର୍ଚ୍ଚ ଓ ଏପ୍ରିଲରେ ଶେଷ ଆଡକୁ ଆରମ୍ଭ ହୋଇଥାଏ। ନଭେମ୍ବର-ଡିସେମ୍ବର ମଧ୍ୟରେ ନୋମିନେସନ ସର୍ଟ ଲିଷ୍ଟ କରାଯାଏ । ଜୁରୀ ମେମ୍ବର ଜାନୁଆରିରେ ଭୋଟିଂ କରନ୍ତି। ସେପଟେ ଲକଡାଉନ ହେତୁ ‘ନୋ ଟାଇମ ଟୁ ଡାଏ’, ‘ଟପ ଗନ ମାଭେରିକ’, ‘ମୁଲାନ’ ଏବଂ ‘ବ୍ଲାକ ୱିଡୋ’ ଭଳି ବଡ ଫିଲ୍ମର ରିଲିଜ ତାରିଖକୁ ଆଗାକୁ ବଢାଇ ଦିଆଯାଇଛି। ଏହାକୁ ଆଧାର କରି ଓସ୍କାର ମେମ୍ବର ଏପରି ନିଷ୍ପତ୍ତି ନେଇଛନ୍ତି।

ପ୍ରକାଶ ଥାଉକି ଗତ ମାସରେ ଏକାଡେମୀ ତରଫରୁ ସିଡ୍ୟୁଲ ଅପଡେଟ ଦିଆଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଏବର୍ଷ ରିଲିଜ ହୋଇସାରିଥିବା ଫିଲ୍ମ 2022 ପର୍ଯ୍ୟନ୍ତ ନୋମିନେସନ ଦେଇପାରିବେ। ଏହା ଏଥିନିମନ୍ତେ କୁହାଯାଇଥିଲା ଯେ ମେକର୍ସ ଫିଲ୍ମକୁ ଚଳିତ ବର୍ଷ କିମ୍ବା ଆସନ୍ତା ବର୍ଷ ରିଲିଜ କରିପାରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.