ମୁମ୍ବାଇ: ସମୟ କେତେ ଶୀଘ୍ର ଗତି କରେ । ଲାଗୁଛି ଯେପରି ଏହା ଗତକାଲି ହିଁ ଥିଲା । ହେଲେ ଲୋକପ୍ରିୟ ଅଭିନେତା ଇରଫାନ ଖାନଙ୍କ ନିଧନକୁ ଏକ ମାସ ପୂରଣ ହୋଇଗଲାଣି । ଆଜି ସେ ସମସ୍ତଙ୍କ ମନରେ ସ୍ମୃତି ହୋଇ ରହିଯାଇଛନ୍ତି । ହଠାତ୍ ଦୁନିଆ ଛାଡି ଇରଫାନ ଚାଲିଯିବାକୁ ନେଇ ଆଜି ମଧ୍ୟ ତାଙ୍କ ପ୍ରଶଂସକ ବିଶ୍ବାସ କରିପାରୁନାହାଁନ୍ତି । ସେପଟେ ପୁରା ପରିବାର ସବୁ ଦିନେ ତାଙ୍କୁ ଝୁରୁଛନ୍ତି । ତାଙ୍କ ଦୁଇ ପୁଅ ସୋସିଆଲ ମିଡିଆରେ ଫଟୋ ସେୟାର କରି ପିତାକୁ ମନେ ପକାଉଥିବା ବେଳେ ଏବେ ପତ୍ନୀ ସୁତାପା ସିକନ୍ଦର ଇମୋଶନାଲ ପୋଷ୍ଟ କରି ସମସ୍ତଙ୍କୁ ଭାବୁକ କରିଦେଇଛନ୍ତି ।
ସ୍ବାମୀଙ୍କ ସହ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ମୁଁ ତୁମକୁ ସେଠାରେ ଭେଟିବି । ଯେତେବେଳେ ଆମର ଆତ୍ମା ଘାସ ଉପରେ ଶାନ୍ତିରେ ବିଶ୍ରାମ ନେଉଥିବା ଏବଂ କଥା ହେବା ପରେ ଦୁନିଆ କ୍ଳାନ୍ତ ହୋଇଯାଇଥିବ। ଏହା କେବଳ କିଛି ସମୟର କଥା । ପୁଣି ଦେଖା ହୋଇ ଅନେକ କଥା ହେବ। ତୁମକୁ ଆଉଥରେ ଦେଖିବା ପର୍ଯ୍ୟନ୍ତ।’
ପ୍ରକାଶ ଥାଉକି 2018ରେ ଇରଫାନଙ୍କ ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମର କଥା ସାମ୍ନାକୁ ଆସିଥିଲା । ଏହାର ଚିକିତ୍ସା ପାଇଁ ଇରଫାନ ଲଣ୍ଡନ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିଥିଲେ। ହେଲେ ଗତ 29 ତାରିଖରେ ସେ ଶେଷ ନିଶ୍ବା, ତ୍ୟାଗ କରିଥିଲେ।