ହାଇଦ୍ରାବାଦ: ଦେଶରେ ବର୍ତ୍ତମାନ ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ଅତି ଜଟିଳ ହେବାରେ ଲାଗିଛି । ଖାସ୍ କରି ଆସାମ ଓ ବିହାରରେ ଲକ୍ଷ ଲକ୍ଷ ଲୋକ ବନ୍ୟା କାରଣରୁ ପ୍ରଭାବିତ ହୋଇଛନ୍ତି । ବନ୍ୟା ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ତେବେ ଦେଶର ଏହି ପରିସ୍ଥିତି ସମୟରେ ସହାୟତା ପାଇଁ ଆଗକୁ ବଢିଛନ୍ତି ଖିଲାଡି ଅକ୍ଷୟ କୁମାର ।
ଅକ୍ଷୟ ଟ୍ବିଟ କରି କହିଛନ୍ତି, ‘ଆସାମରେ ବନ୍ୟାର ସ୍ଥିତି ବିଷୟରେ ଜାଣି ମୁଁ ବହୁତ ଦୁଃଖିତ । ଏହି ଅସୁବିଧା ସମୟରେ ସମସ୍ତଙ୍କୁ ସହାୟତାର ଆବଶ୍ୟକତା ରହିଛି, ସେ ମଣିଷ ହେଉ କି ପଶୁ । ମୁଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଏକ କୋଟି ଲେଖାଏଁ ସହାୟତା ପ୍ରଦାନ କରୁଛି ଓ ଏହାସହ କାଜିରଙ୍ଗା ପାର୍କର ଉଦ୍ଧାର ପାଇଁ ଅପିଲ କରୁଛି ।’
ପ୍ରକାଶଥାଉକି, ଆସାମର 33ରୁ ପ୍ରାୟ 30 ଜିଲ୍ଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ 45 ଲକ୍ଷ ଜନତା ବନ୍ୟା ଘେରରେ ଫସି ରହିଛନ୍ତି । ଏହା ସହ 28 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି । ଅନ୍ୟପକ୍ଷେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ରାୟ 150ଟି ଶିବିର ପ୍ରଭାବିତ ହୋଇଛି ।