ETV Bharat / sitara

Brahmastra First Look: ରଣବୀରଙ୍କ ବାହୁରେ ଆଲିଆ, ସାମ୍ନାକୁ ଆସିଲା ଅଭିନେତ୍ରୀଙ୍କ ଫାଷ୍ଟ ଲୁକ୍‌

ଆଜି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଜନ୍ମଦିନ । ଏହି ବିଶେଷ ଅବସରରେ ନିର୍ମାତାମାନେ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ଟିଜର ରିଲିଜ୍ କରିଛନ୍ତି । ଫିଲ୍ମରେ ରଣବୀରଙ୍କ ସହ ପ୍ରଥମ ଥର ପରଦାରେ ରୋମାନ୍ସ କରୁଥିବା ଆଲିଆଙ୍କ ପ୍ରଥମ ଲୁକ୍ ରିଲିଜ୍ ହୋଇଛି। ଅଧିକ ପଢନ୍ତୁ

author img

By

Published : Mar 15, 2022, 12:20 PM IST

ସାମ୍ନାକୁ ଆସିଲା ଫିଲ୍ମ ବ୍ରହ୍ମାସ୍ତ୍ରରୁ ଅଭିନେତ୍ରୀଙ୍କ ଫାଷ୍ଟ ଲୁକ୍‌

ହାଇଦ୍ରାବାଦ: ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି, ଯେଉଁମାନେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରକୁ ଅପେକ୍ଷା କରିଛନ୍ତି । ଫିଲ୍ମରେ ରଣବୀରଙ୍କ ସହ ପ୍ରଥମ ଥର ପରଦାରେ ରୋମାନ୍ସ କରୁଥିବା ଆଲିଆଙ୍କ ପ୍ରଥମ ଲୁକ୍ ରିଲିଜ୍ ହୋଇଛି । ତେବେ ଆଜି ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର 29 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ନିର୍ମାତାମାନେ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ଟିଜର ରିଲିଜ୍ କରିଛନ୍ତି।

ଏହି ଟିଜର ଭିଡିଓ ମାଧ୍ୟମରେ ଆଲିଆଙ୍କ ଫିଲ୍ମରୁ ପ୍ରଥମ ଭିଜୁଆଲ୍ ଲୁକ୍ ମଧ୍ୟ ପ୍ରକାଶ ପାଇଛି । ଏହି ଭିଡିଓରେ ଏକ ବୁନ୍ଦା ପାଣି ଖସୁଥିବାର ଦେଖାଯାଉଛି, ଯାହା ସିଧାସଳଖ ଆଲିଆଙ୍କ ମୁହଁରେ ପଡୁଛି । କେତେବେଳେ ହାତ ଯୋଡି କି ପୁଣି କେତେବେଳେ ହସୁଥିବା ବେଳେ, ତାଙ୍କର ଅନେକ ଝଲକ ଦେଖିବାକୁ ମିଳୁଛି ।

ଟିଜର ଆରମ୍ଭରେ ରଣବୀର କପୁରଙ୍କ ସାମାନ୍ୟ ଝଲକ ମଧ୍ୟ ଆଲିଆଙ୍କ ସହ ନଜର ଆସିଛି । ଫିଲ୍ମ ମାଧ୍ୟମରେ ଦୁହେଁ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ । ଏହି ମେଗା ବଜେଟ୍ ଫିଲ୍ମରେ ସେମାନଙ୍କ ଲଭ୍‌ ଷ୍ଟୋରୀର ଆଙ୍ଗେଲ ମଧ୍ୟ ଦେଖିବାକୁ ମିଳିବ । 'ବ୍ରହ୍ମାସ୍ତ୍ର'ରେ ରଣବୀର କପୁର 'ଶିବା'ର ଭୂମିକାରେ ଏବଂ ଆଲିଆ ଭଟ୍ଟ 'ଇଶା'ର ଭୂମିକାରେ ଅଭିନୟ କରିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅୟାନ୍ ମୁଖାର୍ଜୀ। ସେ ଆଲିଆଙ୍କ ଜନ୍ମଦିନ ଅବସରରେ ଫିଲ୍ମରୁ ଆଲିଆଙ୍କ ଭିଜୁଆଲ୍ ଲୁକ୍ ସେୟାର କରିଛନ୍ତି ।

ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୋନି ରୟ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ। ଏଥି ସହିତ ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ସେପ୍ଟେମ୍ବର 9 ରେ ହିନ୍ଦୀ ସମେତ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ 3D ଇଫେକ୍ଟ ସହିତ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.