ETV Bharat / sitara

ଜନ୍ମଦିନରେ ଖୁଲାସା, କେମିତି ଥିଲା ଆୟୁଷ୍ମାନ-ତାହିରାଙ୍କ ପ୍ରେମକାହାଣୀ - ଆୟୁଷ୍ମାନ ଖୁରାନ୍ନା ଜନ୍ମଦିନ

ବଲିଉଡ୍‌ ଷ୍ଟାର ଆୟୁଷ୍ମାନ ଖୁରାନ୍ନା ମଙ୍ଗଳବାର ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ଅଧିକ ପଢନ୍ତୁ...

On Ayushmann Khurrana's birthday, Tahira Kashyap opens up about their love story
ଜନ୍ମଦିନରେ ଖୁଲାସା, କେମିତି ଥିଲା ଆୟୁଷ୍ମାନ-ତାହିରାଙ୍କ ପ୍ରେମକାହାଣୀ
author img

By

Published : Sep 14, 2021, 5:19 PM IST

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଆୟୁଷ୍ମାନ ଖୁରାନ୍ନା ମଙ୍ଗଳବାର ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ଆୟୁଷ୍ମାନଙ୍କ ଜନ୍ମଦିନର ଖୁସି ଅବସରରେ ପତ୍ନୀ ତଥା ଲେଖିକା ତାହିରା କଶ୍ୟପ, କିପରି ଦୁଇ ସଫଳ ପ୍ରେମପକ୍ଷୀ ପ୍ରଥମ କରି ପ୍ରେମରେ ପଡିଥିଲେ ମନେପକାଇବା ସହ, ଅତୀତର ସ୍ମୃତିକୁ ତାଜା କରିବାକୁ କିଛି ଫଟୋ ସେୟାର କରିଛନ୍ତି ।

ଇନଷ୍ଟାଗ୍ରାମରେ ତାହିରା ସେୟାର କରିଛନ୍ତି କିଛି ପୁରୁଣା ଦିନର ଫଟୋ ଯେଉଁଥିରେ ଉଭୟ ଭାରତୀୟ କଷ୍ଟ୍ୟୁମ୍‌ ପିନ୍ଧିଛନ୍ତି ଓ ବର୍ତ୍ତମାନର ଷ୍ଟାଇଲ ଠାରୁ ସଂପୂର୍ଣ୍ଣ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି । ଫଟୋରେ ଆୟୁଷ୍ମାନ ଅତି ଖୁସିଥିବା ଜଣାପଡୁଛନ୍ତି ଓ କ୍ୟାମେରା ଆଡକୁ ଚାହିଁ ସ୍ମାଇଲ କରିଛନ୍ତି । ସ୍ବାମୀଙ୍କ ଜନ୍ମଦିନ ଅବସରରେ ଫଟୋ ସହିତ ତାହିରା, ଆୟୁଷ୍ମାନଙ୍କ ଉଦ୍ଦେଶ୍ୟରେ ଏକ ପ୍ରେମଭରା ମେସେଜ୍‌ ମଧ୍ୟ ଲେଖିଛନ୍ତି । ସ୍ବାମୀଙ୍କ ସ୍ବତନ୍ତ୍ର ଦିନରେ ନିଜର ଯାଦୁକରୀ ଶବ୍ଦରେ ପ୍ରେମର ପିରାମିଡ୍‌କୁ ସଜାଇଛନ୍ତି ତାହିରା ।

ତାହିରା ଲେଖିଛନ୍ତି, "ଆମେ ୧୯ ବର୍ଷରେ ଥିଲେ, ଆପଣଙ୍କ ଫ୍ରେମ, ବାଇକ୍‌, ମ୍ୟାଚିଙ୍ଗ୍‌ ସ୍ବେଟର ଓ ମଫଲର ସହିତ ବହୁତ କୁଲ୍‌ ପାଇଥିଲି, ମାତ୍ର ମୋର ହୃଦୟରେ ସେତେବେଳେ ତରଙ୍ଗ ସୃଷ୍ଟି ହୋଇଥିଲା ଯେବେ ଆପଣ ଗୀଟାର ଧରି ମୋ ପାଇଁ ଏକ ଗୀତ ଗାଇଥିଲ । ଏତେବର୍ଷ ପରେ ବି ତୁମର କାମ କରିବାକୁ ସରଳତା, ଓ ସେହି ଉତ୍ସାହ ସମାନ ରହିଛି ।''

"ମୋର ସବୁଠୁ ବଡ ବିଶ୍ବାସପାତ୍ର ଓ ଚିୟର ଲିଡର ରହିଛ । ଜୀବନ ଆପଣଙ୍କ ସହିତ ସୁନ୍ଦର ଓ ତୁମଠୁ ବହୁତ କିଛି ଶିଖିବା ଜାରି ରଖିବି । ଜନ୍ମଦିନର ଅନେକ ଶୁଭେଚ୍ଛା" । ତାହିରାଙ୍କ ଏହି ପୋଷ୍ଟରେ ଫ୍ୟାନ୍ସ ଓ ଫିଲ୍ମ ସମୁଦାୟରୁ ଲାଇକ୍‌ ଓ କମେଣ୍ଟର ସୁଅ ଛୁଟିଛି । ଅଭିନେତ୍ରୀ ଭୂମି ପେଡନେକର ଲେଖିଛନ୍ତି, ''କ୍ୟୁଟିଜ୍‌ ୟାର'' ।

ଆୟୁଷ୍ମାନ ଭିକି ଡୋନର୍‌ରେ (୨୦୨୧) ବଲିଉଡ ଡେବ୍ୟୁ କରିଥିଲେ । ଶୁକ୍ରାଣୁ ଦାନ ଓ ବନ୍ଧ୍ୟାକରଣ ବିରୁଦ୍ଧରେ ଏହି ଫିଲ୍ମର ଏକ ସଚେତନାତ୍ମକ ବିଷୟବସ୍ତୁ ରହିଥିଲା, ଯାହାକୁ ଭାରତୀୟ ସମାଜରେ ଭିନ୍ନ ନଜରରେ ଦେଖାଯାଇଥାଏ । ଫିଲ୍ମଟି ସୁପରହିଟ୍‌ ହୋଇଥିଲା ଓ ସବୁବର୍ଗର ଲୋକେ ପସନ୍ଦ କରିଥିଲେ । ଏଥିସହିତ ଆୟୁଷ୍ମାନଙ୍କ ନିଖୁଣ ଅଭିନୟ ମଧ୍ୟ ସମସ୍ତଙ୍କ ମନ ଜିଣିଥିଲା ।

ସେବେଠାରୁ ଆଜି ପର୍ଯ୍ୟନ୍ତ, ସେ ପଛକୁ ଫେରିଚାହିଁ ନାହାଁନ୍ତି । ସମାଜକୁ ସକରାତ୍ମକ ବାର୍ତ୍ତା ଦେଇଥିବା କାହାଣୀ ଥିବା ଏକାଧିକ ଫିଲ୍ମରେ ସେ ନଜର ଆସିଛନ୍ତି । ଏହାମଧ୍ୟରେ ରହିଛି 'ଶୁଭ ମଙ୍ଗଳ ସାବଧାନ'(୨୦୧୭), ଏହି ଫିଲ୍ମର କାହାଣୀ ଇରେକ୍ଟାଇଲ୍ ଡିସଫଙ୍କସନ ଉପରେ ଆଧାରିତ । 'ବଧାଇ ହୋ'(୨୦୧୮), ଯାହା ମଧ୍ୟବିତ୍ତ କିମ୍ବା ବୃଦ୍ଧ ଦମ୍ପତିମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଏବଂ ଗର୍ଭଧାରଣର ସ୍ବାଭାବିକତା ଉପରେ ଥିଲା, ଓ 'Article 15'(୨୦୧୯), ଯାହା ଭାରତରେ ଜାତି ଏବଂ ଲିଙ୍ଗ ପ୍ରସଙ୍ଗ ଉପରେ ଆଧାରିତ ଥିଲା ।

ନିକଟରେ ୨୦୧୯ରେ ଫିଲ୍ମ 'ଡ୍ରିମ ଗାର୍ଲ' ରିଲିଜକୁ ଦୁଇବର୍ଷ ବିତିସାରିବା ପରେ ଆୟୁଷ୍ମାନ କହିଥିଲେ ଜଣେ ଅଭିନେତା ଭାବେ ତାଙ୍କୁ ଏପରି ଫିଲ୍ମ ବିଶେଷ ଆତ୍ମସନ୍ତୋଷ ଦେଇପାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.