ETV Bharat / sitara

5 ବର୍ଷରେ ‘ସନମ ତେରି କସମ’, ସୁଟିଂ ଦିନ ମନେ ପକାଇଲେ ନିର୍ଦ୍ଦେଶକ - ପାକିସ୍ତାନୀ ମଡେଲ ଏବଂ ଅଭିନେତ୍ରୀ ମାୱରା

2016 ଫେବୃଆରୀ 5ରେ ବକ୍ସ ଅଫିସରେ ରିଲିଜ ହୋଇଥିଲା ‘ସନମ ତେରି କସମ’ । ଫିଲ୍ମରେ ଦୁଇ ନୂଆ ଚେହେରାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ
author img

By

Published : Feb 6, 2021, 8:39 AM IST

ମୁମ୍ବାଇ: ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ସନମ ତେରି କସମ’ ଆଜିଠୁ ଠିକ୍ 5 ବର୍ଷ ପୂର୍ବେ ରିଲିଜ ହୋଇଥିଲା । ଯେଉଁଥିରେ ଡେବ୍ୟୁ କରିଥିଲେ ହ୍ୟାଣ୍ଡସମ ଆକ୍ଟର ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନେ । ଶୁକ୍ରବାର ଫିଲ୍ମ ରିଲିଜକୁ 5 ବର୍ଷ ପୂରଣ ହୋଇଛି । ଏହି ଅବସରରେ ଫିଲ୍ମ ନିର୍ଦ୍ଦେଶକ ଏବଂ ଲେଖକ ବିନୟ ସାପ୍ରୁ ଏବଂ ରାଧିକା ରାଓ ସୁଟିଂ ଦିନକୁ ମନେ ପକାଇଛନ୍ତି । ଏହାସହ ସେ ଫିଲ୍ମର କାହାଣୀ ଏବଂ ପାକିସ୍ତାନୀ ମଡେଲ ଏବଂ ଅଭିନେତ୍ରୀ ମାୱରାଙ୍କ ବିଷୟରେ ମଧ୍ୟ ଅନେକ କଥା ସେୟାର କରିଛନ୍ତି ।

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ଫିଲ୍ମରେ ମାୱରା ତେଲୁଗୁ ବ୍ରାହ୍ମଣ ଝିଅ ଭୂମିକାରେ ଅଭିନୟ କରିଥିଲେ । 2016ରେ ରିଲିଜ ହୋଇଥିବା ଏହି ଫିଲ୍ମ 1970ର ସବୁଠାରୁ ପପୁଲାର ନୋବେଲ ‘ଲଭ ଷ୍ଟୋରି’ର କାହାଣୀକୁ ନେଇ ଆଧାରିତ ।

ସେପଟେ ଫିଲ୍ମକୁ ବିନୟ କହିଛନ୍ତି,‘ଏହି ଫିଲ୍ମ ଲେଖିବା ବେଳେ, ଆମେ ଆମର ବ୍ୟକ୍ତିଗତ ଜୀବନରୁ ପ୍ରତ୍ୟେକ ମୁହୂର୍ତ୍ତ ଏବଂ ଚରିତ୍ରକୁ ଆଙ୍କିଥିଲୁ । ଝିଅ ସରୁ ଭୂମିକାରେ ଅଭିନୟ କରିଥିବା ମାୱରା ଜଣେ ତେଲୁଗୁ ବ୍ରାହ୍ମଣ ହେଇ ସହ-ନିର୍ଦ୍ଦେଶିକା ରାଧିକାଙ୍କ ପରିବାର ପରି ରହୁଥିଲେ । ଆଉ ପୁଅର ଭୂମିକାରେ ଅଭିନୟ କରୁଥିବା ହର୍ଷଙ୍କ ଜୀବନ ଶୈଳୀ ଫିଲ୍ମରେ ପୁରା ମୋ ପରିକା ଥିଲା । ସେହିପରି କାହାଣୀ ପୁରାଣରୁ ଏକ ପ୍ରେରଣା ମଧ୍ୟ ଥିଲା, ଶିବ ପୁରାଣ ଭଳି । ସାଧାରଣତଃ ଭାରତୀୟ ଲୋକକଥା ପରି, ଯଦି ଜଣେ ଝିଅର ବିବାହ ପିତାଙ୍କ ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହୁଏ ନାହିଁ, ତେବେ ଏହା ଏକ ସଫଳ ବିବାହ ଭାବରେ ବିବେଚନା କରାଯାଏ ନାହିଁ ।’

ବିନୟଙ୍କ ବ୍ୟତୀତ ରାଧିକା କହିଛନ୍ତି, ‘କାଷ୍ଟିଂ କରିବାବେଳେ, ଟ୍ୟାଲେଣ୍ଟେଡ ଷ୍ଟାରକାଷ୍ଟ କରିବା ପାଇଁ ଆମର ବିକଳ୍ପ ଥିଲା କିନ୍ତୁ ଆମେ ଭାବୁଥିଲୁ ପ୍ରେମର ଏକ ଦୁଃଖଦ କାହାଣୀର ଅନୁଭବ କେବଳ ସେହି ଲୋକଙ୍କ ଠାରୁ ଆସିପାରେ, ଯେଉଁମାନେ ସଂପୂର୍ଣ୍ଣ ନୂଆ ଏବଂ ସତେଜ । ମାୱରାଙ୍କ ପରି ଜଣେ ମୁସଲମାନ ବ୍ରାହ୍ମଣ ଝିଅର ଚରିତ୍ରରେ ଅଭିନୟ କରିବା ପ୍ରକୃତରେ ବହୁତ ଭଲ ଥିଲା । ଚରିତ୍ରର ସଂସ୍କୃତି ବିଷୟରେ ତାଙ୍କର କୌଣସି ଧାରଣା ନଥିଲା ଏବଂ ତଥାପି ସେ ନିଜକୁ ଏଥିରେ ସାମିଲ କରିବାରେ ସଫଳ ହୋଇଥିଲେ ।’

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.