ETV Bharat / sitara

ଅକ୍ଷୟଙ୍କ ‘ପ୍ୟାଡମ୍ୟାନ’ ପ୍ରଶଂସାରେ ଅର୍ଚ୍ଚିତା

author img

By

Published : May 29, 2021, 10:46 AM IST

ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସରେ ଅକ୍ଷୟଙ୍କ ‘ପ୍ୟାଡମ୍ୟାନ’ ଫିଲ୍ମର ପ୍ରଶଂସା କରି ଚର୍ଚ୍ଚାରେ ଅର୍ଚ୍ଚିତା ସାହୁ । ଅଭିନେତାଙ୍କ ପୋଷ୍ଟରେ କଲେ କମେଣ୍ଟ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ଭୁବନେଶ୍ବର: ମେ 28 ତଥା ଶୁକ୍ରବାର ପାଳନ ହୋଇଯାଇଛି ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ। ଯେଉଁଥିରୁ ବାଦ ପଡିନାହାଁନ୍ତି ବଲିଉଡରୁ ନେଇ ଓଲିଉଡ ସେଲିବ୍ରିଟି । ଅକ୍ଷୟ କୁମାରଙ୍କ ଠୁ ନେଇ ଓଲିଉଡର ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏହାକୁ ପାଳନ କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ ଅକ୍ଷୟ କୁମାର

ଏହି ଅବସରରେ ଅକ୍ଷୟ ଇନଷ୍ଟାଗ୍ରାମରେ ‘ପ୍ୟାଡମ୍ୟାନ’ ଫିଲ୍ମର ଏକ ଭିଡିଓ କ୍ଲିପ ସେୟାର କରି ସମସ୍ତଙ୍କ ମନରେ ଋତୁସ୍ରାବକୁ ନେଇ ଥିବା ମିଥ୍ୟା ଦୂର କରିବାକୁ ଅପିଲ କରିଥିଲେ । ସେପଟେ ତାଙ୍କ ଏହି ପୋଷ୍ଟରେ କମେଣ୍ଟ କରି ବର୍ତ୍ତମାନ ଚର୍ଚ୍ଚାରେ ଅର୍ଚ୍ଚିତା ।

ସେହିପରି ସେ କମେଣ୍ଟରେ ଲେଖିଛନ୍ତି, ‘ପରିସଂଖ୍ୟାନ କହୁଛି ଯେ ଏହି ଫିଲ୍ମଟି ମହିଳାଙ୍କୁ ସାନିଟାରୀ ପ୍ୟାଡ ବ୍ୟବହାର କରିବା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିଛି ।’

ଖାଲି ଏତିକି ନୁହେଁ ଅର୍ଚ୍ଚିତା ୟୁନିସେଫ ଇଣ୍ଡିଆ ଗ୍ରୁପ ସହ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସରେ ଭର୍ଚୁଆଲ କଥାବାର୍ତ୍ତା କରି ଲୋକଙ୍କ ମନରୁ ଏହାର ମିଥ୍ୟା ଦୂର କରିବାକୁ ଚେଷ୍ଟା କରିଥିଲେ । ଆଉ ଇନଷ୍ଟାଗ୍ରାମରେ ଏହାର ଏକ ସ୍କ୍ରିନସଟ୍ ସେୟାର କରି ସେ ଲେଖିଥିଲେ, ‘ଏକ ଦଳ ସହିତ ମାସିକ ଋତୁସ୍ରାବକୁ ନେଇ ଥିବା ମିଥ୍ୟାକୁ ଭାଙ୍ଗିବା ପାଇଁ ଏକ ବହୁତ ଫଳପ୍ରଦ ଆଲୋଚନା ହୋଇଥିଲା । ହାତରେ ଲାଲ୍ ବିନ୍ଦୁ ସହିତ ଏକ ଗ୍ରୁପ୍ ଫଟୋ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.