ETV Bharat / sitara

OTT ପ୍ଲାଟଫର୍ମରେ ରାଜ୍‌ କରୁଛନ୍ତି ଓଡିଶା ଝିଅ ରିୟାନା

author img

By

Published : Apr 17, 2021, 11:04 PM IST

ଲାଇମଲାଇଟରେ ଓଡିଆ ଝିଅ ରିୟାନା ଶୁକ୍ଲା । ବଲିଉଡ଼ରେ କାମ କରି ଏବେ ଚର୍ଚ୍ଚାରେ ଓଡିଆ ଝିଅ ରିୟାନା । ଅଧିକ ପଢନ୍ତୁ...

odisha-girl-riyana-sukla-rules-ott-platforms
OTT ପ୍ଲାଟଫର୍ମରେ ରାଜ୍‌ କରୁଛନ୍ତି ଓଡିଶା ଝିଅ ରିୟାନା

ଭୁବନେଶ୍ବର: ଏବେ ଚର୍ଚ୍ଚାରେ ଓଡିଆ ଝିଅ ରିୟାନା ଶୁକ୍ଲା । ନିକଟରେ ଓଟିଟି ପ୍ଲାଟ୍‌ଫର୍ମ MX ପ୍ଲେୟାରରେ ତାଙ୍କର ଫିଲ୍ମ ଏବଂ ୱେବସିରିଜ୍‌ ଷ୍ଟ୍ରିମିଂ ହେବାରେ ଲାଗିଛି । ହିନ୍ଦୀ ହରର୍‌ ୱେବ୍‌ସିରିଜ୍‌ ‘ଫ୍ୟାନ୍ସି’ ସହ ଓଡ଼ିଆ ଚଳଚ୍ଚିତ୍ର ‘ଏ ଦିଲ୍‌ ତତେ ଦେଲି’ ଷ୍ଟ୍ରିମଂ ହୋଇଛି । ଏହି ଦୁଇଟି ଫିଲ୍ମକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି । ଯାହାକୁ ନେଇ ରିୟାନା ବହୁତ ଖୁସୀ ।

ଏହାକୁ ନେଇ ରିୟାନା କହିଛନ୍ତି ଯେ, ଜାତୀୟସ୍ତରୀୟ ଓଟିଟି ପ୍ଲାଟ୍‌ଫର୍ମରେ ଓଡ଼ିଆ ସିନେମା ଷ୍ଟ୍ରିମିଂ ହେବା ମୋ ପାଇଁ ବହୁତ ଗର୍ବର କଥା । ମତେ ବହୁତ ଖୁସି ଲାଗୁଛି । ବର୍ତ୍ତମାନ କୋରୋନା ଲାଗି ସୁଟିଂ ବନ୍ଦ ଥିବାରୁ ମୋର ଆଗାମୀ ପ୍ରୋଜେକ୍ଟର ସୁଟିଂ ବନ୍ଦ ଅଛି ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ରିୟାନାଙ୍କ ‘ଦି ଏଣ୍ଡ’ ନାମକ ଏକ ଥ୍ରୀଲର ୱେବ୍ ସିରିଜ୍ ଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.