ମୁ୍ମ୍ବାଇ: ଫେମସ ଅଭିନେତ୍ରୀ ନୁସରତ ଭରୁଚା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ନଜର ଆସନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ବୋଲ୍ଡ, ଗ୍ଲାମରସ ଫଟୋ ଫ୍ୟାନ୍ସଙ୍କ ପାଇଁ ସେୟାର କରନ୍ତି । ଯାହାପାଇଁ ସେ ଅନେକ ଥର ଟ୍ରୋଲର୍ସଙ୍କ ଶିକାର ମଧ୍ୟ ହୋଇସାରିଛନ୍ତି । ଫିଲ୍ମଫେୟର 2020 ଆୱାର୍ଡ ନାଇଟରେ ନୁସରତ ଏକ ହାଇ ସ୍ଲିଟ ଡ୍ରେସ ପିନ୍ଧିଥିଲେ । ଏହି ଡ୍ରେସ ପାଇଁ ସେ ଖୁବ୍ ଟ୍ରୋଲ ହୋଇଥିଲେ । ବର୍ତ୍ତମାନ ଏହି ମାମଲାରେ ନୁସରତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
- " class="align-text-top noRightClick twitterSection" data="
">
ଏକ ସାକ୍ଷାତକାରରେ ଯୋଗ ଦେଇ ନୁସରତ କହିଥିଲେ ଯେ ସମସ୍ତେ ଜାଣିଛନ୍ତି ଯେ ସୋସିଆଲ ମିଡିଆର ମହତ୍ବ ସମସ୍ତଙ୍କ ଜୀବନରେ ଖୁବ୍ ଅଧିକା । ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ଯେଉଁଠାରେ ସମସ୍ତେ ସବୁ କିଛି ସେୟାର କରିପାରୁଛନ୍ତି । ଆମ ପାଖରେ ସୋସିଆଲ ମିଡିଆକୁ ନେଇ କୌଣସି ଷ୍ଟ୍ରକ୍ଚର ନାହିଁ । ଆମେ ଏହା ଉପରେ ନିୟନ୍ତ୍ରଣ କରିପାରିବା ନାହିଁ ।
ସମସ୍ତେ ନିଜ ପଏଣ୍ଟ ଅଫ ଭ୍ୟୁ ରଖିପାରିବେ। ନିଜ ନିଜ ପ୍ରତିକ୍ରିୟା ଦେଇପାରିବେ। ସେମତି ଦେଖିବାକୁ ଗଲେ ଅନେକ ଲୋକ ଅଛନ୍ତି ଯାହାକୁ ତାଙ୍କ ଡ୍ରେସ ଖୁବ୍ ପସନ୍ଦ ଆସିଥିଲା ଆଉ କିଛିକୁ ଆଦୌ ପସନ୍ଦ ଆସିନଥିଲା । ଯେଉଁମାନଙ୍କୁ ତାଙ୍କ ଡ୍ରେସ ପସନ୍ଦ ଆସିନଥିଲା, ସେମାନେ ନିଜ ନିଜ ପ୍ରତିକ୍ରିୟା ଦେବା ସହ କହିପାରିବେ ତାଙ୍କୁ ଏହା ପସନ୍ଦ ଲାଗୁନାହିଁ । ସେ ସମସ୍ତଙ୍କ ମତକୁ ସମ୍ମାନ ଦିଅନ୍ତି ବୋଲି କହିଥିଲେ ନୁସରତ।