ETV Bharat / sitara

NCBରେ ବିଳମ୍ବରେ ପହଞ୍ଚିଲେ ଅନନ୍ୟା, ଏହା ପ୍ରଡକ୍ସନ ହାଉସ ନୁହେଁ କହିଲେ ୱାଙ୍ଖଡେ

NCB କାର୍ଯ୍ୟାଳୟରେ 3 ଘଣ୍ଟା ପରେ ପହଞ୍ଚିଲେ ଅନନ୍ୟା ପାଣ୍ଡେ । ଏହା ପ୍ରଡକ୍ସନ ହାଉସ ନୁହେଁ କହିଲେ NCBର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ । ଅଧିକ ପଢନ୍ତୁ...

not-a-production-house-sameer-wankhede-told-ananya-panday-for-arriving-late-at-ncb-office
NCBରେ ବିଳମ୍ବରେ ପହଞ୍ଚିଲେ ଅନନ୍ୟା, ଏହା ପ୍ରଡକ୍ସନ ହାଉସ ନୁହେଁ କହିଲେ ୱାଙ୍ଖଡେ
author img

By

Published : Oct 23, 2021, 12:44 PM IST

Updated : Oct 23, 2021, 2:06 PM IST

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା ସାମ୍ନାକୁ ଆସିବା ପରଠୁ ଚର୍ଚ୍ଚାରେ ଅଛନ୍ତି ମୁମ୍ବାଇ NCB ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ । ଚତୁରତା ଭାବେ ଅପରାଧୀଙ୍କୁ କାବୁ କରିବା ହେଉ କି ତାଙ୍କ କାର୍ଯ୍ୟଦକ୍ଷତା ସବୁକୁ ନେଇ ୱାଙ୍ଖଡେ ଏବେ ଚର୍ଚ୍ଚାରେ । ଏହି କ୍ରମରେ ପୁଣି ଏବେ ଅନନ୍ୟା ପାଣ୍ଡେଙ୍କୁ ସମୟାନୁବର୍ତ୍ତିତାର ଜ୍ଞାନ ଶିଖାଇ ଚର୍ଚ୍ଚାରେ ଅଛନ୍ତି ୱାଙ୍ଖଡେ ।

ଗତକାଲି(ଶୁକ୍ରବାର) ଦ୍ବିତୀୟ ଥର ପାଇଁ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କୁ ସମନ୍ ପଠାଇଥିଲା NCB । ଦିନ 11ଟାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଅନନ୍ୟା 3 ଘଣ୍ଟା ବିଳମ୍ବରେ NCB କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହାକୁ ନେଇ ସମୀର ୱାଙ୍ଖଡେ ଅନନ୍ୟାଙ୍କୁ ସମୟାନୁବର୍ତ୍ତିତାର ଜ୍ଞାନ ଶିଖାଇଛନ୍ତି । ଏହା ପ୍ରଡକ୍ସନ ହାଉସ ନୁହେଁ, ଏହା ଏକ କେନ୍ଦ୍ରୀୟ ସଂସ୍ଥାର ଅଫିସ ବୋଲି ୱାଙ୍ଖଡେ କହିଛନ୍ତି । ଏଥିସହ ଆଗକୁ ଯେତେବେଳେ ଡକାଯିବ ଠିକ ସମୟରେ ଆସି ହାଜିର ହେବାକୁ ଅନନ୍ୟାଙ୍କୁ ତାଗିଦ କରିଛନ୍ତି ୱାଙ୍ଖଡେ ।

ତେବେ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସହ ନିଶା ଦେବା-ନେବା ନେଇ ଚାର୍ଟ କରିଥିବା ଅଭିଯୋଗରେ ଅନନ୍ୟାଙ୍କୁ ସମନ୍ ପଠାଇଥିଲା NCB । ଗୁରୁବାର 2 ଘଣ୍ଟା ଜେରା ପରେ ପୁଣି ଶୁକ୍ରବାର ହାଜିର ହେବାକୁ ତାଙ୍କୁ NCB ନିର୍ଦ୍ଦେଶ ଦେଇଥିଲା । ସୂଚନା ଅନୁଯାୟୀ ଅନନ୍ୟାଙ୍କୁ ସୋମବାର ପୁଣି ମଧ୍ୟ ହାଜିର ହେବାକୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 23, 2021, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.