ETV Bharat / sitara

ବଲିଉଡ ଯାତ୍ରାକୁ ମନେ ପକାଇଲେ ରବୀନା

author img

By

Published : Sep 13, 2020, 9:22 PM IST

ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ଅନୁଭବ କରୁଛନ୍ତି ଯେ, ବଲିଉଡରେ ତାଙ୍କର ଦଶନ୍ଧି ଧରି ଚାଲିଥିବା ଯାତ୍ରା ତାଙ୍କୁ ଅନେକ କିଛି ଶିକ୍ଷା ଦେଇଛି। ପ୍ରତିଦିନ ସେ ନୂଆ ଶିକ୍ଷା ଗ୍ରହଣ କରିଥିଲେ । ଅଧିକ ପଢନ୍ତୁ...

'No regrets': Raveena Tandon reflects on her B'wood journey
ବଲିଉଡ ଯାତ୍ରାକୁ ମନେପକାଇଲେ ରବୀନା

ମୁମ୍ବାଇ: ନିକଟରେ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କର ଦଶନ୍ଧି ଧରି ଚାଲିଥିବା ବଲିଉଡ ଯାତ୍ରାକୁ ମନେପକାଇଛନ୍ତି ।

ରବୀନା କହିଛନ୍ତି,"ଏହା ଏକ ମହାନ ଯାତ୍ରା ଥିଲା। ଏହା ମୋତେ ବହୁତ କିଛି ଶିକ୍ଷା ଦେଇଛି। ମୋର ମନେ ଅଛି ଯେ ମୁଁ ଯେତେବେଳେ କ୍ୟାରିୟର ଆରମ୍ଭ କରିଥିଲି ସେତେବେଳେ ମୁଁ ବହୁତ ଛୋଟ ବୟସର ଥିଲି। ଏହା ସହଜ ନଥିଲା କିନ୍ତୁ ମୁଁ ଛାଡି ନଥିଲି । ଏକ ସମ୍ମାନଜନକ ସ୍ଥାନ ପାଇବା ପାଇଁ ମୁଁ ସର୍ବଦା କଠିନ ପରିଶ୍ରମ କରୁଥିଲି। ମୁଁ ଏତେ ବର୍ଷର ଏହି ଯାତ୍ରା ମଧ୍ୟରେ ବହୁତ କିଛି ଜିନିଷ ଶିଖିଛି।

" ଜୀବନ ସବସେ ଅଚ୍ଛା ଶିକ୍ଷକ ହେଁ। ହର ଦିନ ଏକ ନେୟା ସବକ ଲେକର ଆତା ହେଁ" ।

ରବୀନା 1991 ରେ ଫିଲ୍ମ ପଥର୍ କେ ଫୁଲରେ ସଲମାନ ଖାନଙ୍କ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ସେବେଠାରୁ ସେ ତାଙ୍କ କ୍ୟାରିୟରରେ ବହୁତ ହିଟ ଫିଲ୍ମରେ କାମ କରିଛନ୍ତି ।

ରବୀନା ତାଙ୍କ କ୍ୟାରିୟରକୁ ନେଇ କେବେ ଅନୁତାପ କରି ନାହାଁନ୍ତି ।

ରବୀନା ଆହୁରି କହିଛନ୍ତି ଯେ," ମୁଁ କ୍ୟାରିୟରକୁ ନେଇ କେବେ ଅନୁତାପ କରି ନାହିଁ । ମୁଁ କୌଣସି ଜିନିଷ ପାଇଁ ଦୁଃଖିତ ନୁହେଁ। ମୁଁ ମୋ ଜୀବନକୁ ବହୁତ ଭଲ ପାଏ। ମୁଁ ମୋ ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚାହେଁ ନାହିଁ। ମୁଁ ଅନ୍ୟ ମଣିଷ ପରି ଭୁଲ କରିଛି। ମୁଁ ସେହି ଭୁଲରୁ ବହୁତ କିଛି ଶିଖିଛି। ଜୀବନରେ ମୁଁ ଯାହା ଚାହିଁଛି ଭଗବାନ ତାହା ମତେ ଦେଇଥିବାରୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି।

ଆଗାମୀ ସମୟରେ, ରବୀନା ଚଳଚ୍ଚିତ୍ର କେ.ଜି.ଏଫ-2ରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.