ନୂଆଦିଲ୍ଲୀ: କରୋନାଭାଇରସ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ପଡିଛି । ଏହି ସମୟରେ ସମସ୍ତ ସେଲିବ୍ରିଟି ଘରେ ରହି ତାଙ୍କ ପରିବାର ସହ ସମୟ ବିତାଉଛନ୍ତି । ଲକଡାଉନ ଯୋଗୁଁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜକୁ ଫିଟ ରଖିବାପାଇଁ ଜିମ ନ ଯାଇ ପାରି ଘରେ ବ୍ୟାୟାମ କରି ତାଙ୍କ ଫିଟନେସକୁ ବଜାୟ ରଖିଛନ୍ତି ।
ଶନିବାର ପ୍ରିୟଙ୍କା ଇନଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଏକ ଛୋଟୋ ଛୁଆକୁ ହାତ ଉଠାଇ ପିଲିଂ କରୁଥିବା ସମୟରେ ନିଜେ ବିଛଣାରେ ଶୋଇଥିବାର ଦେଖିବାକୁ ମିଳିଥିଲା । ପ୍ରିୟଙ୍କା ଡମ୍ବଲ ବଦଳରେ ଏକ ଛୋଟୋ ଛୁଆକୁ ହାତ ଉଠାଇ ବ୍ୟାୟାମ କରୁଥିଲେ ।
ଏହି ଭିଡିଓର କ୍ୟାପସନରେ ଡନ ଅଭିନେତ୍ରୀ ପ୍ରିୟଙ୍କା ଲେଖିଥିଲେ ଯେ, ନୋ ଜିମ, ନୋ ପ୍ରବଲେମ । ଫ୍ୟାଶନ ଅଭିନେତ୍ରୀ ବର୍ତ୍ତମାନ ତାଙ୍କ ଗାୟକ ସ୍ୱାମୀ ନିକ ଜୋନସଙ୍କ ସହ ଆମେରିକାରେ ଅଛନ୍ତି ।ନିକଟରେ ପ୍ରିୟଙ୍କା ଏକ ନୀଳ ଶାଢୀରେ ପିନ୍ଧିଥିବାର ଏକ ଫଟୋ ସେୟାର କରି କହିଥିଲେ ଯେ, ଘରେ ଶାଢୀ ପିନ୍ଧିବାକୁ ପସନ୍ଦ କରନ୍ତି ।
ନିକଟରେ ପ୍ରିୟଙ୍କା ନିକଙ୍କ ସହିତ କରୋନା ସହାୟତାରେ ପିଏମ କେୟାର ଫଣ୍ଡ, ଗୁଞ୍ଜ, ଫିଡିଂ ଆମେରିକା ଏବଂ ଅନ୍ୟାନ୍ୟ ସଂସ୍ଥାମାନକୁ ଦାନ କରିଥିଲେ । ଯାହାକି ବିଶ୍ୱରେ 10 ଲକ୍ଷରୁ ଅଧିକ ଲୋକମାନଙ୍କୁ ପ୍ରଭାବିତ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ