ETV Bharat / sitara

ସୁଟିଂ ସେଟରୁ ଭାଇରାଲ ହେଲା ଇରଫାନଙ୍କ ଫଟୋ

author img

By

Published : Apr 19, 2019, 9:48 PM IST

କ୍ୟାନ୍ସରରୁ ଫେରି ଏବେ ସୁଟିଂରେ ବ୍ୟସ୍ତ ଅଛନ୍ତି ଇରଫାନ ଖାନ । ସୁଟିଂ ସମୟରେ ଇରଫାନଙ୍କ ଗୋଟିଏ ଝଲକ ପାଇବା ପାଇଁ ଦର୍ଶକଙ୍କ ଭିଡ ଲାଗିଛି । ଖୁବ୍ ଶୀଘ୍ର ଇରଫାନ ନିଜର ଆଗାମୀ ଫିଲ୍ମ ରାଜସ୍ଥାନ ସିଡ୍ୟୁଲ ଶେଷ କରିବାକୁ ଯାଉଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଇରଫାନ ଖାନ

ନୂଆଦିଲ୍ଲୀ: ଦୀର୍ଘ ସମୟରୁ କ୍ୟାନ୍ସର ସହ ଲଢି ମୃତ୍ୟୁକୁ ମାତ ଦେଇଥିବା ଅଭିନେତା ଇରଫାନ ଖାନ କିଛି ଦିନ ପୂର୍ବରୁ ନିଜର ଅପକମିଂ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଏବେ ସେ ନିଜ ଫ୍ୟାନ୍ସଙ୍କ ହୃଦୟ ପୁଣି ଜିତିବାକୁ ପ୍ରସ୍ତୁତି ହୋଇସାରିଛନ୍ତି । କାରଣ ଏବେ ତାଙ୍କ ଆଗାମୀ ଫିଲ୍ମ 'ଇଂରାଜୀ-ମିଡିୟମ'ର ସୁଟିଂ ରାଜସ୍ଥାନରେ ଜୋରସୋରରେ ଚାଲିଛି । ଇତିମଧ୍ୟରେ ଫିଲ୍ମ ସୁଟିଂ ସେଟରୁ ଇରଫାନଙ୍କ ଏକ ଫଟୋ ଭାଇରାଲ ହୋଇଛି ।

ଯେବେ ଠାରୁ ସେ ସୁଟିଂ ଆରମ୍ଭ କରିଛନ୍ତି ଫ୍ୟାନ୍ସ ତାଙ୍କର ଗୋଟିଏ ଝଲକ ଦେଖିବାକୁ ବ୍ୟାକୁଳ ଅଛନ୍ତି । ଏବେ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି । ସାମ୍ନାକୁ ଆସିଥିବା ଇରଫାନଙ୍କ ନୂଆ ଫଟୋ ଦେଖିବାକୁ ପାଇଛନ୍ତି ଫ୍ୟାନ୍ସ । ଏହି ଫଟୋଟି ଫିଲ୍ମର କିଛି ହିଣ୍ଟ ମଧ୍ୟ ଦେଇଥିବାର ଜଣାପଡୁଛି ।

ଫଟୋରେ ଇରଫାନ ଏହି ଫିଲ୍ମର ନିର୍ଦ୍ଦେଶକ ହୋମୀ ଅଦଜାନିୟାଙ୍କ ସହ କଥାବାର୍ତ୍ତା ହୋଇଥିବାର ନଜର ଆସୁଛନ୍ତି । ଯେଉଁଥିରେ ଇରଫାନ ଏକ ଆକ୍ଟିଭାରେ ବସି କଥାବାର୍ତ୍ତା କରୁଥିବାର ଦେଖାଯାଇଛନ୍ତି । ଫଟୋଟି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.