ETV Bharat / sitara

ଡ୍ରଗ୍ସ ପାର୍ଟି ମାମଲା: ପୁଣି କ୍ରୁଜ CEOଙ୍କୁ NCBର ସମନ - ଡ୍ରଗ୍ସ ପାର୍ଟି ମାମଲା

କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାର ସିସିଟିଭି ଫୁଟେଜ ମାଗିଲା NCB । ପୁଣି ଥରେ ହାଜର ହେବାକୁ କ୍ରୁଜ CEOଙ୍କୁ ସମନ । ଅଧିକ ପଢନ୍ତୁ...

New revelation in Aryan Khan drugs case, NCB summons cruise CEO
ଡ୍ରଗ୍ସ ପାର୍ଟି ମାମଲା: ପୁଣି କ୍ରୁଜ CEO ଙ୍କୁ NCB ର ସମନ
author img

By

Published : Oct 5, 2021, 2:25 PM IST

ମୁମ୍ବାଇ: ସଙ୍ଗୀନ ହେଉଛି ମୁମ୍ବାଇ ହାଇପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ମାମଲା । ଜଣଙ୍କ ପରେ ଜଣେ ଛନ୍ଦି ହେଉଛନ୍ତି ଏପରି ଏକ ଅପରାଧୀକ ମାମଲାରେ । ଏହି ପରିପ୍ରେକ୍ଷୀରେ ପୁଣି ଥରେ କ୍ରୁଜ୍ CEOଙ୍କୁ ସମନ୍ ଜାରି କରିଛି NCB ।ଏଥିସହ ଜାହାଜ ସହିତ ଜଡିତ ଅଧିକାରୀଙ୍କୁ ଅକ୍ଟୋବର ୨ ତାରିଖର ଚିଠି ମାଗିଛି ଏନ୍‌ସିବି । ଏହି ମେନିଫେଷ୍ଟୋରେ ଜାହାଜକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ବିବରଣୀ ଥିବ, ଯେଉଁଥିରେ ରୁମ୍ ନମ୍ବର, ସେମାନଙ୍କର ଆଇଡି କାର୍ଡ, ମୋବାଇଲ୍ ନମ୍ବର ସହିତ ଅନ୍ୟାନ୍ୟ ସୂଚନା ମଧ୍ୟ ଥିବ । ଏଥି ସହିତ ଜାହାଜ ଅଧିକାରୀଙ୍କୁ ସମସ୍ତ ଅଧିକାରୀଙ୍କୁ ସିସିଟିଭି ଫୁଟେଜ ମାଗିଛି NCB ।

ଶନିବାର ବିଳମ୍ବିତ ରାତିରେ ମୁମ୍ବାଇର ଏକ କ୍ରୁଜ ଉପରେ NCB ଚଢ଼ାଉ କରିଥିଲା । ଜାହାଜ ଭିତରେ ରେଭ୍‌ ପାର୍ଟି ଚାଲିଥିବା ସୂଚନା ମିଳିବା ପରେ ଏହି ଚଢ଼ାଉ କରିଥିଲା । ତେବେ ଚଢ଼ାଉ ଦିନ NCB ସୂଚନାଦାତା ପୂର୍ବରୁ ହିଁ ଜାହାଜ ବାହାରେ ଠିଆ ହୋଇଥିଲେ । ସେମାନେ ଏନ୍‌ସିବିକୁ ଟାର୍ଗେଟ୍‌ର ଫଟୋ କ୍ଲିକ୍‌ କରି ପଠାଉଥିଲେ । ସେମାନେ ଅରବାଜ ଏବଂ ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଫଟୋ କ୍ଲିକ୍ କରି ଏନସିବିକୁ ପଠାଇଥିଲେ । ଏହାପରେ ଉଭୟ ଏନସିବି ହାତରେ ଧରାପଡିଥିଲେ ।

ଏହି ରେଭ୍‌ ପାର୍ଟି ମାମଲାରେ ବର୍ତ୍ତମାନ ଯାଏଁ ୧୧ ଜଣ ଗିରଫ ହୋଇଛନ୍ତି । ରବିବାର ୯ ଜଣ ଗିରଫ ହୋଇ ଥିବାବେଳେ ଗତକାଲି ଆଉ ଦୁଇ ଜଣ ଗିରଫ ହୋଇଛନ୍ତି । ସେପଟେ ପୂର୍ବରୁ ଗିରଫ ହୋଇଥିବା ୮ ଜଣଙ୍କୁ କାଲି ଏନ୍‌ସିବି କୋର୍ଟରେ ହାଜର କରିଥିଲା । ଏହାପରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସମେତ ଗିରଫ ୮ ଜଣଙ୍କୁ କୋର୍ଟ ଆସନ୍ତା ୭ ତାରିଖ ଯାଏଁ ଏନ୍‌ସିବି ରିମାଣ୍ଡକୁ ପଠାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.