ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍ ଜୋନାସ୍ । ପ୍ରିୟଙ୍କା-ନିକ୍ଙ୍କର ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଦୁହେଁ ଖୁବ ଏନଜୟ କରୁଥିବାର ଦେଖିବାକୁ ମିଳିଛି । ଚଳିତ ବର୍ଷ ପ୍ରାରମ୍ଭରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ୍ ସରୋଗେସି ମାଧ୍ୟମରେ ପିତା ମାତା ହେବାର ଗୌରବ ଲାଭ କରିଥିଲେ ।
ଏହାପରଠୁ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ସର୍ବଦା ସକ୍ରିୟ ରହୁଥିବା ଏହି ଦମ୍ପତ୍ତି ନିଜ କାମରେ ବ୍ୟସ୍ତ ରହିଯାଇଥିଲେ। ତେବେ ପ୍ରିୟଙ୍କା ଚୋପ୍ରା ରବିବାର ଦିନ ସ୍ବାମୀ ନିକଙ୍କ ସହ କିପରି ଦିନ କାଟିଛନ୍ତି ତାହାର ଏକ ଝଲକ ସୋମବାର ସେୟାର କରିଛନ୍ତି। ଅଭିନେତ୍ରୀ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ନିକ ଜୋନାସଙ୍କ ହାତ ଧରିଥିବାର ନଜର ଆସିଥିଲେ । ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ମୋର ପସନ୍ଦିତା ରବିବାର।

ଜାନୁଆରୀରେ, ପ୍ରିୟଙ୍କା ଏବଂ ନିକ ଏକ ନୋଟ୍ ସେୟାର କରି ଘୋଷଣା କରିଥିଲେ ଯେ ଦୁହେଁ ପିତାମାତା ହେବାର ଗୌରବ ଲାଭ କରିଛନ୍ତି । ପ୍ରିୟଙ୍କା ଏବଂ ନିକ୍ ତାଙ୍କ ପୋଷ୍ଟରେ ଲେଖିଛନ୍ତି – ଏହା ଆମକୁ କହିବାରେ ବହୁତ ଖୁସି ଲାଗୁଛି ଯେ ସରୋଗେସି ମାଧ୍ୟମରେ ଆମେ ପିତାମାତା ହୋଇଛୁ । ଏହି ବିଶେଷ ସମୟରେ ଆମେ ଆମ ପରିବାର ଉପରେ ଧ୍ୟାନ ଦେବାକୁ ପଡୁଥିବାରୁ ଆମେ ଆପଣଙ୍କଠାରୁ ଗୋପନୀୟତା ଆଶା କରୁଛୁ । ବହୁତ୍ ବହୁତ୍ ଧନ୍ୟବାଦ୍। ଏହି ପୋଷ୍ଟକୁ ସେୟାର କରି ପ୍ରିୟଙ୍କା ନିକଙ୍କୁ ଟ୍ୟାଗ୍ କରି ଏକ ହୃଦୟ ଇମୋଜି ପୋଷ୍ଟ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ