ନୂଆଦିଲ୍ଲୀ: ବଲିଉଡର ଚୁଲବୁଲି ଗାୟିକା ନେହା କକ୍କର ସବୁବେଳେ କିଛି ନାଁ କିଛି କାରଣକୁ ଚର୍ଚ୍ଚାରେ ରହିଥାଆନ୍ତି । ଗାୟିକା ସହ ସେ ତାଙ୍କ ଚୁଲବୁଲି ଅନ୍ଦାଜରେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି । କେବଳ ସେ ସୁନ୍ଦର ଗୀତ ଗାଆନ୍ତି ତା ନୁହେଁ ଏହା ସହିତ ତାଙ୍କ ଡାନ୍ସ ଷ୍ଟାଇଲ ମଧ୍ୟ ଏକଦମ ଜବରଦସ୍ତ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରୁହନ୍ତି ନେହା । ସବୁବେଳେ ସେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।
ଆଜି(ରବିବାର) ନେହା ନିଜର 33 ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଏହି ଅବସରରେ ସୋସିଆଲ ମିଡିଆରେ ଛୁଟିଲା ଶୁଭେଚ୍ଛାର ସୁଅ । ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ବନ୍ଧୁ ତାଙ୍କୁ ବର୍ଥଡେ’ ୱିଶ କରୁଥିବାର ନଜର ଆସୁଛନ୍ତି । ଏହି ବିଶେଷ ଦିନରେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ବିଶେଷ କଥା...
- " class="align-text-top noRightClick twitterSection" data="">
ନେହାଙ୍କୁ ପ୍ରଥମ ବ୍ରେକ୍ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଦେଇଥିଲେ । ତାଙ୍କୁ ସୈଫ ଅଲି ଖାନଙ୍କ ଫିଲ୍ମ କକଟେଲରେ ଗୀତ ଗାଇବାର ସୁଯୋଗ ମିଳିଥିଲା । ନେହା 4 ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ । ବଡ଼ ଭଉଣୀ ସୋନୁ କକ୍କରଙ୍କ ସହ ସେ ଦୁର୍ଗା ମା’ଙ୍କ ଜାଗରଣରେ ଗୀତ ଗାଉଥିଲେ । ତାଙ୍କୁ 'ଜୟ ମାତା ଦି ଗାର୍ଲ' ବୋଲି କୁହାଯାଉଥିଲା ।
- " class="align-text-top noRightClick twitterSection" data="">
ନେହା 2005 ରେ ଇଣ୍ଡିଆନ୍ ଆଇଡଲରେ ଅଂଶଗ୍ରହଣ କରିଥିଲେ । ସେତେବେଳେ ତାଙ୍କୁ 16 ବର୍ଷ ହୋଇଥିଲା । ତଥାପି କମ୍ ଭୋଟ୍ ହେତୁ ତାଙ୍କୁ ସୋ ଛାଡିବାକୁ ପଡିଥିଲା । ଏହା ପରେ ସେ ସାଉଥ୍ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ । ସେ ସେଠାରେ ଅନେକ ଫିଲ୍ମଫେୟାର ଆଓ୍ବାର୍ଡ ମଧ୍ୟ ଜିତିଥିଲେ । ଆଓ୍ବାର୍ଡ ପାଇବା ପରେ ତାଙ୍କୁ ବହୁତ କାମ ମିଳିଥିଲା ।
- " class="align-text-top noRightClick twitterSection" data="">
ସୈଫଙ୍କ ଫିଲ୍ମ କକଟେଲର ଗୀତ 'ସେକେଣ୍ଡ ହ୍ୟାଣ୍ଡ ଜୱାନୀ' ମାଧ୍ୟମରେ ନେହାଙ୍କୁ ପ୍ରଥମ ବ୍ରେକ ମିଳିଥିଲା । ଏହି ଗୀତଟିକୁ ଫ୍ୟାନ୍ସ ବହୁତ ପସନ୍ଦ କରିଥିଲେ । ପରେ ସେ କୁଇନ ଫିଲ୍ମରେ 'ଲଣ୍ଡନ ଠୁମକ ଦା', 'ଆଓ ରାଜା' 'ସନ୍ନି ସନ୍ନି' ପରି ବହୁ ଗୀତ ଗାଇଥିଲେ ।
ନେହା ହେଉଛନ୍ତି ଏକମାତ୍ର ଭାରତୀୟ ଗାୟିକା, ଯାହାଙ୍କୁ ୟୁଟ୍ୟୁବ ଡାଇମଣ୍ତ ଆଓ୍ବାର୍ଡ ଦେଇଛନ୍ତି । ଏହା ପଛର କାରଣ ହେଉଛି ଯେ ତାଙ୍କର ୟୁଟ୍ୟୁବ ଚ୍ୟାନେଲରେ ଏକ କୋଟିରୁ ଅଧିକ ସବସ୍କ୍ରାଇବର୍ସ ଅଛନ୍ତି ।
ପ୍ରକାଶ ଥାଉ ଯେ ନେହା ଆଙ୍ଖ ମାରେ, ଦିଲବର, ସାକି-ସାକି, ଏକ ତୋ କମ ଜିନ୍ଦେଗାନି ପରି ଅନେକ ଗୀତ ଗାଇଛନ୍ତି ।