ETV Bharat / sitara

ଏନସିଡବ୍ଲୁ ମୁଖ୍ୟଙ୍କୁ ଭେଟିଲେ ପାୟଲ ଘୋଷ - ଏନସିଡବ୍ଲୁ ମୁଖ୍ୟଙ୍କୁ ଭେଟିଲେ ପାୟଲ ଘୋଷ

ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଲଗାଇଥିବା ଅଭିନେତ୍ରୀ ପାୟଲ ଘୋଷ ଆଜି ରାଷ୍ଟ୍ରୀୟ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମାଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...

ncw chief assured me help payal ghosh on case against anurag kashyap
ଏନସିଡବ୍ଲୁ ମୁଖ୍ୟଙ୍କୁ ଭେଟିଲେ ପାୟଲ ଘୋଷ
author img

By

Published : Oct 6, 2020, 8:21 PM IST

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଲଗାଇଥିବା ଅଭିନେତ୍ରୀ ପାୟଲ ଘୋଷ ଆଜି ରାଷ୍ଟ୍ରୀୟ ମହିଳା ଆୟୋଗର ଦିଲ୍ଲୀ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ସେଠାରେ ସେ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମାଙ୍କୁ ଭେଟିଥିଲେ ।

ଏନସିଡବ୍ଲୁ ମୁଖ୍ୟଙ୍କୁ ଭେଟିଲେ ପାୟଲ ଘୋଷ

ଅଭିନେତ୍ରୀ କହିଛନ୍ତି, ରେଖା ମ୍ୟାଡାମଙ୍କ ସହ ଆଲୋଚନା କରିଛି । ସେମାନେ ସାହାଯ୍ୟ କରିବେ ବୋଲି ନିଶ୍ଚିତ କରିଛନ୍ତି ।

ନିକଟରେ ପାୟଲଙ୍କ ଅଭିଯୋଗରେ ଅନୁରାଗଙ୍କୁ ମୁମ୍ବାଇ ପୋଲିସ ପଚରାଉଚରା ପାଇଁ ଡାକି ତାଙ୍କୁ ପ୍ରାୟ 8 ଘଣ୍ଟା ପଚରାଉଚରା କରାଯାଇଥିଲା । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅନୁରାଗ ଅସ୍ବୀକାର କରିଛନ୍ତି ।

ଏହା ବ୍ୟତୀତ ଅଭିନେତ୍ରୀ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ୱାଇ ପ୍ଲସ ସୁରକ୍ଷା ମାଗିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.