ମୁମ୍ବାଇ: ଗୁରୁବାର ଦିନ ଏଜେନ୍ସି ଦ୍ବାରା ଯାଞ୍ଚ କରାଯାଉଥିବା ଡ୍ରଗ୍ସ ମାମଲାର ତଦନ୍ତରେ ଯୋଗଦେବା ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଧର୍ମା ପ୍ରଡକ୍ସନ୍ସର ନିର୍ଦ୍ଦେଶକ ତଥା ନିର୍ମାତା କ୍ଷିତିଜ ରବିପ୍ରସାଦଙ୍କୁ ଡକାଇଛି ।
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଡ୍ରଗ୍ସ ସମ୍ବନ୍ଧୀୟ ଏକ ମାମଲାରେ ପଚରାଉଚରା ପାଇଁ ରବିପ୍ରସାଦ ଶୁକ୍ରବାର ଏନସିବି କାର୍ଯ୍ୟାଳୟରେ ହାଜର ବୋଲି ଜଣାପଡିଛି । ଖବର ଅନୁଯାୟୀ, ରବିପ୍ରସାଦଙ୍କ କାର୍ଯ୍ୟାଳୟ କିମ୍ବା ଘରେ କୌଣସି ଚଢାଉ କରାଯାଇ ନାହିଁ ବୋଲି ଏନସିବି ଅଧିକାରୀ ନିଶ୍ଚିତ କରିଛନ୍ତି ।
ଏହି ମାମଲାରେ ଆଜି ଫ୍ୟାଶନ ଡିଜାଇନର୍ ସିମୋନ ଖମ୍ବାଟା ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏନସିବି ପୂର୍ବରୁ ଏହି ମାମଲାରେ ରିଆ ଚକ୍ରବର୍ତ୍ତୀ, ସୌଭିକ ଚକ୍ରବର୍ତ୍ତୀ, ସାମୁଏଲ୍ ମିରାଣ୍ଡା, ସୁଶାନ୍ତଙ୍କ ବ୍ୟକ୍ତିଗତ କର୍ମଚାରୀ ଦୀପେଶ ସାୱନ୍ତ ଏବଂ ଅନ୍ୟ 16 ଜଣଙ୍କୁ ଗିରଫ କରିସାରିଛି ।