ETV Bharat / sitara

ଶାହରୁଖ ଓ ଅନନ୍ୟା ପାଣ୍ଡେଙ୍କ ଘରେ NCB

ବଲିଉଡ ବାଦଶାହା ଶାହାରୁଖ ଖାନ ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ରେଡ୍‌ ମାରିଛି NCB । ଅଧିକ ପଢନ୍ତୁ....

ଶହାରୁଖ ଓ ଅନନ୍ୟାଙ୍କ ଘରେ NCB ରେଡ୍
ଶହାରୁଖ ଓ ଅନନ୍ୟାଙ୍କ ଘରେ NCB ରେଡ୍
author img

By

Published : Oct 21, 2021, 1:45 PM IST

ମୁମ୍ବାଇ: ବଲିଉଡ ବାଦଶାହା ଶାହରୁଖ ଖାନଙ୍କ ବେଳା ଖରାପ ପଡିଛି । ଗୋଟିଏ ପଟେ ପୁଅ ଜେଲରେ ଥିବାବେଳେ ଆଜି ଏନସିବି ତାଙ୍କ ଘରେ ପଶିଛି । ଯାହା କିଙ୍ଗ ଖାନଙ୍କୁ ଟେନସନରେ ପକାଇଛି । ବାଦଶାହଙ୍କ ଆଲିଶାନ ବଙ୍ଗଳା ମନ୍ନତରେ ପଶିଛି NCB ।

କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଦୀର୍ଘ ଦିନ ହେବ ଜେଲ୍‌ରେ ଅଛନ୍ତି ଶାହାରୁଖଙ୍କ ପୁଅ ଆର୍ଯ୍ୟନ । ସେହଦିନୁ ଏନସିବି ଟାର୍ଗେଟରେ ଥିଲା କିଙ୍ଗ ଖାନଙ୍କ ଘର ମନ୍ନତ । ଆଜି ଶାହରୁଖ ପୁଅକୁ ଭେଟିବାକୁ ଆର୍ଥର ରୋଡ ଜେଲକୁ ଯାଇଥିବାବେଳେ ମନ୍ନତକୁ ତନ୍ନତନ୍ନ କରି ଯାଞ୍ଚ କରିଛି ଏନିସିବି । ଶାହାରୁଖଙ୍କ ଘରୁ ଯଦି ଡ୍ରଗ୍ସ ଲିଙ୍ଗ ନେଇ ସୁଗାର ମିଳେ ତେବେ ଆର୍ଯ୍ୟନଙ୍କ ପାଇଁ ଅଡୁଆ ବଢିପାରେ । ଡ୍ରଗ୍ସ ମାମଲାରେ NCBକୁ କଣ ସୁରାଗ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

ଫୁଲ ଆକ୍ସନ ମୁଡରେ ଅଛି ଏନସିବି । ଗୋଟିଏ ଦିନରେ ଦୁଇ ଦୁଇ ଜଣ ଅଭିନେତା ଓ ଅଭିନେତ୍ରୀଙ୍କ ଘରେ ରେଡ ମାରିଛି ଏନସିବି । ଡ୍ରିଗ୍ସ ଲିଙ୍କ ନେଇ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ରେଡ୍‌ ହୋଇଛି । ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ଅନନ୍ୟାଙ୍କ ମୁମ୍ବାଇ ସ୍ଥିତ ଖର ୱେଷ୍ଟ ସ୍ଥିତ ଘରେ ଏହି ଚଢ଼ାଉ କରାଯାଇଛି ।

ଆଜି ଅନନ୍ୟାଙ୍କୁ ଏନ୍‌ସିବି ଅଫିସ୍‌କୁ ପଚରାଉଚରା ପାଇଁ ଡକା ଯାଇଥିବା ସୂଚନା ମିଳିଛି । ୨୨ ବର୍ଷୀୟା ଅନନ୍ୟା ବଲିଉଡ୍ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ। ସେ ୨୦୧୯ରେ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୨’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ। ଏହା ପରେ ସେ ‘ପତି ପତ୍ନୀ ଔର ୱ’ରେ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.