ETV Bharat / sitara

ପୁଣି ଥରେ ଗିରଫ ହେଲେ ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡଙ୍କ ଭାଇ

ଅଭିନେତା ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡର ଭାଇଙ୍କୁ ପୁଣି ଥରେ ଗିରଫ କଲା NCB । ବାସଭବନରୁ ନିଶାଦ୍ରବ୍ୟ ଜବତ ଘଟଣାରେ ତୃତୀୟ ଥର ହୋଇଛନ୍ତି ଗିରଫ । ଅଧିକ ପଢନ୍ତୁ...

author img

By

Published : Sep 26, 2021, 9:38 AM IST

ପୁଣି ଥରେ ଗିରଫ ହେଲେ ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଭାଇ

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡର ଭାଇ ଅଗିସିଲାଓସ ଡେମୋଟ୍ରିଏଡସଙ୍କୁ ପୁଣି ଥରେ ଗିରଫ କଲା NCB । ଡ୍ରଗ୍ସ ମାମଲାରେ ତୃତୀୟ ଥର ପାଇଁ ତାଙ୍କୁ ଗିରଫ କରାଯାଇଛି ।

NCB ଜୋନାଲ ନିର୍ଦ୍ଦେଶକ କହିଛନ୍ତି, ସୂତ୍ରରୁ ନିର୍ଦ୍ଧିଷ୍ଟ ସୂଚନା ପାଇ ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବଂ ସବ ଜୋନ ଗୋଆ ଅଗିସିଲାଓସଙ୍କ ଉତ୍ତର ଗୋଆରେ ଥିବା ପେରନମ ସ୍ଥିତ ଘରେ ଚଢାଉ କରିଥିଲେ । ଏହି ସମୟରେ ତାଙ୍କ ବାସଭବନରୁ ଅଳ୍ପ ପରିମାଣର ଚରସ ଜବତ କରାଯାଇଥିଲା । ଏହି ବେଆଇନ ନିଶାଦ୍ରବ୍ୟ ଜବତ ଘଟଣାରେ ଅଗିସିଲାଓସଙ୍କୁ ଗିରଫ କରାଯାଇ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଚାର ବିଭାଗୀୟ ହାଜତଙ୍କୁ ପଠାଯାଇଛି ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଆଉ ଦୁଇଟି କେସରେ ଅଗିସିଲାଓସଙ୍କୁ ଗିରଫ କରିଥିଲା NCB । ଦିଗଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ମାମଲାରେ ତାଙ୍କର ଲିଙ୍କ ସାମ୍ନାକୁ ଆସିଥିଲା । ସେ ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଉଥିବା ଡ୍ରଗ୍ସ ଚାଲାଣକାରୀଙ୍କ ସହ ସାମିଲ ଥିଲେ । ପରେ ସେ ଅନ୍ୟ ଏକ ମାମଲାରେ NCB ଦ୍ବାରା ଗିରଫ ହୋଇଥିଲେ ଏବଂ ଗତ ଡିସେମ୍ବରରେ ତାଙ୍କୁ ଜାମିନ ମିଳିଥିଲା ।

ଏନେଇ ଅର୍ଜୁନ ରାମପାଲ ଏକ ବିବୃତ୍ତି ମାଧ୍ୟମରେ କହିଛନ୍ତି, ମୁଁ ଏବଂ ମୋ ପରିବାର ସବୁବେଳେ ଆଇନକୁ ସମ୍ମାନ ଜଣାଇଥାଉ । ମୋର ପାର୍ଟନରଙ୍କ ଜଣେ ସମ୍ପର୍କୀୟ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଥିବା ମୁଁ ଜାଣିବାକୁ ପାଇଛି । ତେବେ ତାଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । ହେଲେ ଦୁର୍ଭାଗ୍ୟର ବିଷୟ ଅଯଥାରେ ଏହି ମାମଲାରେ ମୋ ନାଁ ଟଣା ଯାଉଛି ବୋଲି କହିଛନ୍ତି ଅର୍ଜୁନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.