ମୁମ୍ବାଇ: ସୋମବାର ନ୍ୟୁୟର୍କରେ ଆୟୋଜିତ ହୋଇଯାଇଛି ଇଣ୍ଟରନ୍ୟାସନାଲ ଏମୀ ଆୱାର୍ଡ୍ସ ସେରିମନୀ । ଆଉ ଏଥର ପୁଣି ବାଜି ମାରିନେଇଛନ୍ତି ବି-ଟାଉନର ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦୀନ ସିଦ୍ଦିକି । ଆଜ୍ଞା ହଁ, ନୱାଜୁଦ୍ଦୀନଙ୍କ ଫେମସ ୱେବ ସିରିଜ 'ମ୍ୟାକମାଫିୟା'କୁ ବେଷ୍ଟ ଡ୍ରାମା ସିରିଜ ପୁରସ୍କାରରେ ପୁରସ୍କୃତ କରାଯାଇଛି ।
ଏହି ଅବସରରେ ନୱାଜ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇଥିଲେ । ସେ ଇନଷ୍ଟାଗ୍ରାମରେ ଜିତିଥିବା ଆୱାର୍ଡ ସହ ନିଜର ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ମୁଁ ନ୍ୟୁୟର୍କରେ ଇଣ୍ଟରନ୍ୟାସନାଲ ଏମୀ ଆୱାର୍ଡ୍ସର ଟ୍ରଫି ଜିତି ଖୁସି ଅନୁଭବ କରୁଛି ।’
- " class="align-text-top noRightClick twitterSection" data="
">
ତାଙ୍କର ଏହି ପୋଷ୍ଟ ଉପରେ ଏବେ ପ୍ରଶଂସକଙ୍କ ଶୁଭକାମନା ମିଳିବାରେ ଲାଗିଛି । ପ୍ରକାଶ ଥାଉକି, ମ୍ୟାକମାଫିଆ ଏକ ବ୍ରିଟିଶ କ୍ରାଇମ ଡ୍ରାମା । ଯାହାକୁ ହୋସେନ ଅମୀନୀ ଓ ଜେମ୍ସ ୱାଟିକିନ୍ସ ନିର୍ମାଣ କରିଥିଲେ । ଏହି ଶୋ ଟି ସାମ୍ବାଦିକା ମିଶା ଗ୍ଲେନୀଙ୍କ ବହି ‘ମ୍ୟାକମାଫିୟା: ଦ ଜର୍ଣ୍ଣୀ ଥ୍ରୁ ଦି ଗ୍ଲୋବାଲ କ୍ରିମିନାଲ ଅଣ୍ଡରୱାର୍ଲ୍ଡ’ ଉପରେ ଆଧାରିତ । ଏହି ସିରିଜରେ ନୱାଜ ଜଣେ ବିଜନେସ ମ୍ୟାନ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ବ୍ୟତୀତ ଏହି ସିରିଜରେ ଜେମ୍ସ ନର୍ଟନ, ଜୁଲସିଏଟ ରାୟଲ୍ୟାନ୍ସ, ମାରିୟା ସୁକ୍ସିନା ଓ କାୟ ମାର୍ସ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ‘ମ୍ୟାକମାଫିଆ’ ଦର୍ଶକଙ୍କ ମଧ୍ୟ ଫେଭରେଟ ସିରିଜ ମଧ୍ୟରୁ ଅନ୍ୟତମ ।
ଅନ୍ୟପଟେ ନୱାଜୁଦ୍ଦୀନଙ୍କ ମ୍ୟାକମାଫିଆ ତାଙ୍କ ଅଭିନୀତ ‘ସେକ୍ରେଡ ଗେମ୍ସ’କୁ ମଧ୍ୟରେ ପଛରେ ପକାଇ ଦେଇଛି । ଏହି ଆୱାର୍ଡ ପାଇଁ ‘ସେକ୍ରେଡ ଗେମ୍ସ ସିଜନ 2’କୁ ମଧ୍ୟ ଚୟନ କରାଯାଇଥିଲା । କିନ୍ତୁ ଶେଷରେ ବାଜି ମାରିନେଇଥିଲା ‘ମ୍ୟାକମାଫିଆ’ ।