ETV Bharat / sitara

ସରିଲା ‘ଜୋଗିରା ସାରା ରା ରା’ର ସୁଟିଂ

author img

By

Published : Apr 8, 2021, 1:34 PM IST

କମେଡି ଡ୍ରାମା ଫିଲ୍ମରେ ଏଥର ନଜର ଆସିବେ ନୱାଜୁଦ୍ଦୀନ ସିଦ୍ଦିକୀ । ଆଉ ତାଙ୍କ ସହ ପ୍ରଥମଥର ଅଭିନୟ କରିବେ ନେହା । ଶେଷ ହୋଇଯାଇଛି ଫିଲ୍ମର ସୁଟିଂ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା ଶର୍ମା

ମୁମ୍ବାଇ: ସରିଲା ନୱାଜୁଦ୍ଦୀନ ସିଦ୍ଦିକୀ ଓ ନେହା ଶର୍ମାଙ୍କ କମେଡି ଡ୍ରାମା ଫିଲ୍ମ ‘ଜୋଗିରା ସାରା ରା ରା’ର ସୁଟିଂ । ଫିଲ୍ମର ସୁଟିଂ ମୁଖ୍ୟତଃ ଲକ୍ଷ୍ନୌ ଓ ବାରାଣସୀରେ କରାଯାଇଛି । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ଦ୍ଦେଶକ କୁଶନ ନନ୍ଦୀ ।

ସୁଟିଂ ସରିବା ଅବସରରେ ନୱାଜ କହିଛନ୍ତି, ‘ମୁଁ ଖୁସି ଯେ ଆମେ କୌଣସି ଅସୁବିଧା ବିନା ସୁଟିଂ ସମାପ୍ତ କରିଛୁ । ଏହି ପରିସ୍ଥିତି ମଧ୍ୟରେ ସୁରକ୍ଷିତ ରହିବା ଜରୁରୀ । ଚାରିଆଡେ ମହାମାରୀ ସହିତ ଏହି ଫିଲ୍ମର ସୁଟିଂ କରିବା କଷ୍ଟସାଧ୍ୟ ଥିଲା, କିନ୍ତୁ ଲକ୍ଷ୍ନୌରେ ଆମେ ଚମତ୍କାର ସୁଟିଂ କରିଥିଲୁ । ମୁଁ ଏହି ଫିଲ୍ମର ସୁଟିଂକୁ ଉପଭୋଗ ମଧ୍ୟ କରିଛି ।’

ସେପଟେ କୁଶନ କହିଛନ୍ତି, ‘କୋଭିଡ ସହ ଫିଲ୍ମର ସୁଟିଂ କରିବା ଆମ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ମୁଁ ଖୁସି ଅଛି ଯେ ସତର୍କତା ଏବଂ ସୁରକ୍ଷା ବ୍ୟବସ୍ଥା ସହିତ ଆମେ କୌଣସି ଅସୁବିଧା ବିନା ଫିଲ୍ମ ସମ୍ପୂର୍ଣ୍ଣ କରିବାରେ ସଫଳ ହୋଇଥିବାରୁ ।’

ପ୍ରକାଶ ଥାଉକି ନିକଟରେ ନୱାଜଙ୍କ ପ୍ରଥମ ମ୍ୟୁଜିକ ଭିଡିଓ ‘ବାରିଶ କି ଜାଏ’ ରିଲିଜ ହୋଇଥିଲା । ଯାହାକୁ ୟୁଟ୍ୟୁବରେ 60 ମିଲିୟନ ଭ୍ୟୁ ମିଳିଛି । ମ୍ୟୁଜିକ ଭିଡିଓରେ ମଧ୍ୟ ଦେଖିବାକୁ ମିଳୁଛି ତାଙ୍କ ଯାଦୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.