ନୂଆଦିଲ୍ଲୀ: ଆଜି ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେ । ଏହି ଦିବସରେରେ ବଲିଉଡ ଡିଭା ସୋସିଆଲ ମିଡିଆରେ ଭାରତୀୟ ବସ୍ତ୍ର ପ୍ରତି ସେମାନଙ୍କ ଭଲପାଇବା ସେୟାର କରୁଥିବାର ଦେଖିବାକୁ ମିଳିଥିଲା ।
- View this post on Instagram
Nothing makes me feel more beautiful than to be in a saree. #Favourite #NationalHandloomDay
">
ଏହି ଅବସରରେ ‘ବଦଲା’ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ତାପସୀ ହସ୍ତତନ୍ତ ବୁଣାର ଏକ ଚମତ୍କାର ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।
ଏହି ପାରମ୍ପାରିକ ଲୁକ୍ ରେ ତାପସୀ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ପୋଷ୍ଟର କ୍ୟାପସନ୍ ରେ ତାପସୀ ଲେଖିଛନ୍ତି, ମୋର ପ୍ରିୟ ଶାଢୀ । ନଥିଙ୍ଗ ମେକ୍ସ ମି ଫିଲ ମୋର ବିୟୁଟିଫୁଲ ଦ୍ୟାନ ଟୁବି ଇନ୍ ଏ ଶାଢୀ । ମୋର ପିୟ । ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ।
ତାପସୀଙ୍କ ପୂର୍ବରୁ, ଅଭିନେତ୍ରୀ କଙ୍ଗନା ରାନାୱତ, ପ୍ରିୟଙ୍କା ଚୋପ୍ରା ଜୋନାସ୍, ଭୁମି ପେଡନେକର ଏବଂ ଜାନଭୀ କପୁର ମଧ୍ୟ ତାଙ୍କର ଫଟୋ ସେୟାର କରି ଭାରତୀୟ ବସ୍ତ୍ର ପ୍ରତି ସେମାନଙ୍କ ଭଲପାଇବା ପ୍ରକାଶ କରିଛନ୍ତି ।
ପରବର୍ତ୍ତା ସମୟରେ, ତାପସୀ ଚଳଚ୍ଚିତ୍ର ନିର୍ମାତା ଅନୁଭା ସିହ୍ନାଙ୍କ ଆଗାମୀ ଥ୍ରୀଲର ଫିଲ୍ମ ‘ହସିନ୍ ଦିଲ୍ରୁବା’ରେ ନଜର ଆସିବେ ।