ETV Bharat / sitara

ବଲିଉଡରେ କରୋନା କାୟା: ନକୁଲ ମେହେଟ୍ଟାଙ୍କ ୧୧ ମାସର ପୁଅ ଓ ପତ୍ନୀ କରୋନା ସଂକ୍ରମିତ - ଜାନକୀ ପାରେଖ ମେହେଟ୍ଟା କରୋନା ସଂକ୍ରମିତ

କରୋନା ମହାମାରୀ ବଲିଉଡ ଜଗତରେ ଏହାର କାୟା ବିସ୍ତାର କରିଚାଲିଛି । ଜଣଙ୍କ ପରେ ଜଣେ ବଲିଉଡ ଅଭିନେତା, ଅଭିନେତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ବାଦ୍ ପଡିନାହାନ୍ତି ନକୁଲ ମେହେଟ୍ଟାଙ୍କ 11 ମାସର ପୁଅ ସୁଫି । ଅଧିକ ପଢନ୍ତୁ

ନକୁଲ ମେହଟ୍ଟାଙ୍କ ୧୧ ମାସର ପୁଅ ଏବଂ ପତ୍ନୀ କରୋନା ସଂକ୍ରମିତ

author img

By

Published : Jan 4, 2022, 6:47 PM IST

ମୁମ୍ବାଇ: କରୋନା ମହାମାରୀ ବଲିଉଡ ଜଗତରେ ଏହାର କାୟା ବିସ୍ତାର କରିଚାଲିଛି । ଜଣଙ୍କ ପରେ ଜଣେ ବଲିଉଡ ଅଭିନେତା, ଅଭିନେତ୍ରୀ, ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ବାଦ୍ ପଡିନାହାନ୍ତି ନକୁଲ ମେହେଟ୍ଟାଙ୍କ 11 ମାସର ପୁଅ ସୁଫି ।

'ବଡେ ଅଚ୍ଛେ ଲଗତେ ହୈ 2' ଫେମ୍ ଅଭିନେତା ନକୁଲ ମେହେଟ୍ଟାଙ୍କ ପୁଅ ସୁଫି ଏବଂ ତାଙ୍କ ପତ୍ନୀ ଜାନକୀ ପାରେଖ ମେହେଟ୍ଟା ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମ୍ପର୍କରେ ଜାନକୀ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ଜାନକୀ ପୁଅ ସୁଫିଙ୍କ ଫଟୋ ମଧ୍ୟ ହସ୍ପିଟାଲରୁ ସେୟାର କରିଛନ୍ତି ।

ଏହା ସହିତ ଜାନକୀ ଲେଖିଛନ୍ତି, '2 ସପ୍ତାହ ପୂର୍ବରୁ ମୋ ସ୍ବାମୀ ନକୁଲଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା । ମୋର କୌଣସି ଧାରଣା ନଥିଲା ଯେ ଆଗାମୀ ଦିନରେ ମୋତେ ଏତେ କଷ୍ଟଦାୟକ ଦିନ ଦେଖିବାକୁ ପଡିବ । 2 ଦିନ ପୂର୍ବରୁ ସୁଫି ଜ୍ବରରେ ପୀଡିତ ହୋଇଥିଲେ । ଗୋଟିଏ ଦିନ ପରେ ମୋର ରିପୋର୍ଟ ପଜିଟିଭ୍ ଆସିଲା । ମଧ୍ୟରାତ୍ରିରୁ ଆମେ ସୁଫିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛୁ । ମୋ ପୁଅ ଏବେ କୋଭିଡ ଆଇସିୟୁରେ ଅଛି ।' ଜାନକୀ ଏକ ବଡ ନୋଟ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

@jank_ee

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.