ETV Bharat / sitara

ଟଙ୍କା ପଛରେ ଦୌଡୁଛନ୍ତି ହ୍ରିତିକ, ଦେଖନ୍ତୁ ଭିଡିଓ

ରିଲିଜ ହେଲା 'ସୁପର-30'ର ଦ୍ବିତୀୟ ଗୀତ 'ପୈସା ହେ' । ପୂର୍ବରୁ ରିଲିଜ ହୋଇଥିଲା ଫିଲ୍ମର ରୋମାଣ୍ଟିକ ଗୀତ 'ଜୁଗରାଫିୟା' ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ
author img

By

Published : Jun 21, 2019, 4:52 PM IST

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଆଗାମୀ ଫିଲ୍ମ 'ସୁପର-30' ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ । ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟ୍ରେଲରକୁ ଏତେ ପସନ୍ଦ କରାଯାଇଥିଲା ଯେ ୟୁଟ୍ୟୁବରେ ଏହି ଟ୍ରେଲରଟି ଅନେକ ଦିନ ପର୍ଯ୍ୟନ୍ତ ଟ୍ରେଣ୍ଡ କରିଥିଲା । ଏହାପରେ ରିଲିଜ ହୋଇଥିଲା ଫିଲ୍ମର ପ୍ରଥମ ରୋମାଣ୍ଟିକ ଗୀତ 'ଜୁଗରାଫିୟା' । ଯେଉଁଥିରେ ହ୍ରିତିକଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳିଥିଲା ।

ଏବେ ରିଲିଜ ହୋଇଯାଇଛି ଫିଲ୍ମର ଦ୍ବିତୀୟ ଟ୍ରାକ 'ପୈସା ହେ' । ଗୀତରେ ଦେଖିବାକୁ ମିଳୁଛି ଯେ କେମିତି ଜଣେ ଲୋକ ଟଙ୍କା ଦ୍ବାରା ସବୁ କିଛି କରିପାରୁଛି । ଟଙ୍କା ସବୁ କିଛି କିଣି ପାରିବ ବୋଲି ଗୀତରେ ଶୁଣିବାକୁ ମିଳୁଛି ।

  • " class="align-text-top noRightClick twitterSection" data="">

ଏହି ଗୀତଟି ଏକ ଆଇଟମ ଗୀତ । ଯେଉଁଥିରେ ହ୍ରିତିକ ଆଇଟମ ଗାର୍ଲଙ୍କ ସହ ଡାନ୍ସ କରୁଥିବାର ଦେଖାଯାଉଛନ୍ତି । ଗୀତଟିକୁ ଗାଇଛନ୍ତି ଲୋକପ୍ରିୟ ଗାୟକ ବିଶାଲ ଦଦଲାନୀ । ସେହିପରି ଗୀତରେ ମ୍ୟୁଜିକର ତଡକା ଅଜୟ ଅତୁଲ ଲଗାଇଥିବା ବେଳେ ଗୀତର ଲିରିକ୍ସ ଲେଖିଛନ୍ତି, ଅମିତାଭ ଭଟ୍ଟାଚାର୍ଯ୍ୟ ।

ଗୀତରେ ହ୍ରିତିକଙ୍କ ସହ ଅଭିନେତା ପଙ୍କଜ ତ୍ରିପାଠୀ ନଜର ଆସୁଛନ୍ତି । ଫିଲ୍ମଟି ବର୍ତ୍ତମାନ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ଜୁଲାଇ 12ରେ ଫିଲ୍ମଟିକୁ ପରଦାରେ ଦେଖିବେ ଦର୍ଶକ ।

ପ୍ରକାଶ ଥାଉକି ଫିଲ୍ମଟି ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ ଉପରେ ଆଧାରିତ । ଯିଏ 30 ଜଣ ପ୍ରତିଭାଶାଳୀ ପିଲାଙ୍କୁ ଆଇଆଇଟିରେ ପ୍ରବେଶ ପରୀକ୍ଷା ପାଇଁ ପ୍ରସ୍ତୁତ କରାଇଛନ୍ତି ।

Intro:Body:

asda

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.