ETV Bharat / sitara

ଆତ୍ମହତ୍ୟା ପୂର୍ବରୁ ଗୁଗଲରେ ପେନଲେସ ଡେଥ ସର୍ଚ୍ଚ କରିଥିଲେ ସୁଶାନ୍ତ - ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା

ଧିରେ ଧିରେ କରି ସାମ୍ନାକୁ ଆସୁଛି ସୁଶାନ୍ତଙ୍କ ମାମଲାରେ ନୂଆ ତଥ୍ୟ । ଏବେ ଖୁଲାସା ହୋଇଛି ଯେ ଆତ୍ମହତ୍ୟା ପୂର୍ବରୁ ସେ ଗୁଗଲରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ କଣ ସର୍ଚ୍ଚ କରିଥିଲେ ।

author img

By

Published : Aug 3, 2020, 6:52 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ସୋମବାର ଏକ ପ୍ରେସ କନଫରେନ୍ସରେ ଅନେକ କଥାର ଖୁଲାସା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ବିହାରରୁ ମୁମ୍ବାଇକୁ ଏହି ମାମଲା ସ୍ଥାନାନ୍ତର କରାଯିବା ଉଚିତ କି ନାହିଁ ଆମେ ସିଦ୍ଧାନ୍ତରେ ପହଞ୍ଚିନାହୁଁ । ବିହାର ପୋଲିସକୁ ଏହି ମାମଲାରେ ଯାଞ୍ଚ କରିବାର ଅଧିକାର ନାହିଁ । ଖାଲି ଏତିକି ନୁହେଁ ସେ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ଅନେକ କଥା ମିଡିଆକୁ କହିଛନ୍ତି । ତେବେ ଆସନ୍ତୁ ଜାଣିବା ସେ କଣ କଣ କହିଛନ୍ତି...

ସେ ସୁଶାନ୍ତଙ୍କ ମାମଲାରେ ଆଲୋଚନା କରି କହିଛନ୍ତି ଯେ ଜୁନ 14ରେ ଆତ୍ମହତ୍ୟା କରିବା ପୂର୍ବରୁ ଦୁଇ ଘଣ୍ଟା ନିଜ ନାମ ଗୁଗଲରେ ସର୍ଚ୍ଚ କରିଥିଲେ ସୁଶାନ୍ତ। ଏହାବ୍ୟତୀତ ସେ ବାଇପୋଲର, ବିନା ଯନ୍ତ୍ରଣାରେ ମୃତ୍ୟୁ କିପରି ହେବ ମଧ୍ୟ ସର୍ଚ୍ଚ କରିଥିଲେ ।

ସେହିପରି ରିଆ ଚକ୍ରବର୍ତ୍ତୀଙ୍କ ବୟାନ ଦୁଇଥର ସେମାନେ ରେକର୍ଡ କରିସାରିଛନ୍ତି । ଯେଉଁଥିରୁ ଜଣାପଡିଛି ଦୁଇଜଣଙ୍କ ସମ୍ପର୍କରେ ଅନେକ ସମସ୍ୟା ଥିଲା । ରିଆ ନିଜ ବୟାନରେ ସୁଶାନ୍ତ କିପରି ବ୍ୟକ୍ତି ଥିଲେ ତାହାର ଖୁଲାସା କରିଥିଲେ । ରିଆଙ୍କୁ ସୁଶାନ୍ତଙ୍କ ସହ ୟୁରୋପ ଟୁର ବିଷୟରେ ମଧ୍ୟ ପଚରା ଯାଇଥିଲା । ଅନ୍ୟପଟେ ଦୁଇଜଣଙ୍କ ପରିବାର ମଧ୍ୟରେ ମଧ୍ୟ ଭଲ ସମ୍ପର୍କ ନଥିଲା । ରିଆ, ସୁଶାନ୍ତଙ୍କ ଘର ଜୁନ 8ରେ ଛାଡି ଦେଇଥିଲେ । କାରଣ ସୁଶାନ୍ତ ଡିପ୍ରେସନରେ ଥିଲେ । ରିଆଙ୍କ ଯିବା ପରେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ଆସିଥିଲେ, ହେଲେ ସେ ମଧ୍ୟ ଜୁନ 13ରେ ଚାଲିଯାଇଥିଲେ । ଏହି ସବୁ ପକ୍ଷରୁ ତଦନ୍ତ କରିସାରିଲେଣି ପୋଲିସ ବୋଲି କହିଛନ୍ତି ପରମବୀର ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପ୍ରକାଶ ଥାଉକି ବିହାର ପୋଲିସ ବ୍ୟତୀତ ମୁମ୍ବାଇ ପୋଲିସ ମଧ୍ୟ ସୁଶାନ୍ତଙ୍କ ବ୍ୟାଙ୍କ ଡିଟେଲ୍ସର ଛାନଭିନ କରିଛି । 2019 ଜୁନକୁ ନେଇ 2020 ଜୁନ ପର୍ଯ୍ୟନ୍ତ ସବୁ ଷ୍ଟେଟମେଣ୍ଟର ଯାଞ୍ଚ କରିଛି ପୋଲିସ ।

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.